ଅନୁଗୋଳରେ ଉହ୍ଲାଇଲେ ୬୩୪ଜଣ ପ୍ରବାସୀ ଓଡିଅା ।

ଅନୁଗୋଳ(IYA NEWS:25/05/2020):

ଅନୁଗୋଳ ଜିଲ୍ଲାରେ ପ୍ରଥମଥର ସକାଳ ୮ ଟା ୧୦ ମିନିଟ୍ ସମୟରେ  ସ୍ପେସାଲ ଶ୍ରମିକ ଟ୍ରେନ ଆସି ପହଁଞ୍ଚିଛି। ଅନୁଗୋଳ ଜିଲ୍ଲା ପ୍ରଥମ ପ୍ରବାସୀ ଶ୍ରମିକ ମାନଙ୍କୁ ଟ୍ରେନ ରୁ ଓହ୍ଲାଇବା ସହ ତାଙ୍କର ରେଜିଷ୍ଟ୍ରେସନ୍, ଥର୍ମାଲ୍ ସ୍କାନିଂ ଓ ପରବର୍ତ୍ତୀ ସମୟରେ ସକାଳ ଟିଫିନ୍ ବାବଦରେ ଶୁଖିଲା ଖାଦ୍ୟ ଦେଇ ନିଜ ନିଜ ଅଞ୍ଚଳ ପାଇଁ ଲାଗିଥିବା ବସ କୁ ପଠାଇଥିଲେ। ସୂଚନାନୁସାରେ ଏହି ଟ୍ରେନରେ ୨୪ ଟି ଜିଲ୍ଲା ସମେତ ୧୩ ଟି ଉପଖଣ୍ଡର ୧୬୫୦ ରୁ ଅଧିକ ପ୍ରବାସୀ ଗୁଜୁରାଟ ଭଲସାତରୁ ଆସି ପହଞ୍ଚିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାର ସର୍ବାଧିକ ୬୩୪ ଜଣ ପ୍ରବାସୀ ଅଛନ୍ତି । ଟ୍ରେନ ଷ୍ଟେସନରେ ପହଞ୍ଚିବା ପରେ ପ୍ରବାସୀମାନଙ୍କୁ ସେମାନଙ୍କ ଜିଲ୍ଲା ଓ ଅଞ୍ଚଳକୁ ପଠାଇବା ପାଇଁ ୨୦ ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇ ଥିଲା । ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି ଓ ଏସପି ଜଗମୋହନ ମିନା ଅନୁଗୋଳ ଷ୍ଟେସନରେ ପହଞ୍ଚି ଶ୍ରମିକମାନଙ୍କର ଫେରିବାର ବନ୍ଦୋବସ୍ତର ତଦାରଖ କରିଥିଲେ । 
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।