ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ଅାଠମଲ୍ଲିକ(IYA NEWS:25/05/2020):
ଅାଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ମନ୍ଦରବାହାଳ ଗ୍ରାମର ଏକ ମହୁଲ ଗଛରୁ ଅାଜି ପୋକୁଣ୍ଡା ଗ୍ରାମର ନକୁଳ ନାୟକ(୧୯) ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ଠାକୁରଗଡ ପୋଲିସ ଉଦ୍ଧାର କରିଛି ।ନକୁଳଙ୍କ ବାପା ରାଘବଙ୍କ ଅଭିଯୋଗକ୍ରମେ ଠାକୁରଗଡ ପୋଲିସ ଏସଂକ୍ରାନ୍ତ ରେ ନଂ - ୧୦/୨୦୨୦ରେ ଏକ ମାମଲା ରୁଜୁ କରି ନକୁଳଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଅାଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ପୋଲିସ ସୂଚନାମୁତାବକ ନକୁଳ କିଛି ଦିନ ହେବ ମନ୍ଦରବାହାଳ ଗ୍ରାମକୁ ତାଙ୍କ ଅପାଙ୍କ ଘରକୁ ବୁଲିବାକୁ ଅାସିଥିଲେ ।ରବିବାର ସନ୍ଧ୍ୟାରେ ତାଙ୍କ ମୋବାଇଲ ଫୋନରେ କଥା ହୋଇ ଘର ବାହାରକୁ ପଳାଇ ଅାସିଥିଲେ କିନ୍ତୁ ଘରକୁ ଫେରିନଥିଲେ ।କୌଣସି କାରଣକୁ ନେଇ ସେ ମହୁଲ ଗଛରେ ରଶି ଲଗାଇ ଅାତ୍ମହତ୍ୟା କରିଛନ୍ତି ।ତାଙ୍କ ଶବ ମହୁଲ ଗଛରେ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ ।ଖବର ପାଇ ଟାପଢୋଲ ଫାଣ୍ଡି ଅଧିକାରୀ କରୁଣାକର ବଳ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ । 
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।