ଅନୁଗୋଳ ପୋଲିସକୁ ମିଳିଲା ସଫଳତା : ଜରୁରୀ କାଳୀନ ସେବା ୧୦୦ କୁ ଫୋନ କରି ହଜିଲା ପୁଅକୁ ଫେରି ପାଇଲେ ପରିବାର ଲୋକ

 ଅନୁଗୋଳ ( IYA NEWS, ୩୧.୦୫.୨୦୨୦ ) : -
ସଫଳତା ପରେ ସଫଳତା ହାସଲ କରୁଛନ୍ତି ଅନୁଗୋଳ ପୋଲିସ । ଅନୁଗୋଳ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୋଳ ପୋଲିସ ଦିନ ରାତି ଏକତ୍ରିତ କରି ଜନ ସାଧାରଣଙ୍କ ସେବାରେ ଜାଗ୍ରତ ପହରୀ ରୂପେ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ଆଜି ପୂର୍ବାହ୍ନ ସମୟରେ ଅନୁଗୋଳ କଲେଜ ଛକ ନିକଟରୁ ଅନୁଗୋଳ ସିମିଳିପଡା ଗ୍ରାମର ପ୍ରବୀଣ କୁମାର ଦାସଙ୍କର ୬ ବର୍ଷର ପୁଅ ସାମ୍ୟଜିତ ଦାସ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଏସମ୍ପର୍କ ପ୍ରବୀଣ ଅନୁଗୋଳ କଣ୍ଟ୍ରୋଲ ରୁମ ୧୦୦ କୁ ଫୋନ ଯୋଗେ ଅଭିଯୋଗ କରିଥିଲେ । ସୂଚନା ପାଇବା ପରେ ଅଭିଯୋଗ ଅନୁଯାୟୀ ଅନୁଗୋଳ ଥାନାକୁ କଣ୍ଟ୍ରୋଲ ରୁମ ତରଫରୁ ନିର୍ଦେଶ ପରେ ଅନୁଗୋଳ ଥାନା ଏ.ଏସ.ଆଇ ଜେ. ଏନ ସିଂହ ସଙ୍ଗେ ସଙ୍ଗେ ପେଟ୍ରୋଲିଂ ଭ୍ୟାନ ଯୋଗେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲେ । ସହର ସାରା ଘୁରି ବୁଲିଲା ପୋଲିସ ପେଟ୍ରୋଲିଂ ଭ୍ୟାନ । ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ଏକ ଫୋନ  ୧୦୦ କୁ ଆସିଲା । ଅନୁଗୋଳ ଲିଙ୍ଗିରାଯୋଡି ନିକଟରେ ଏକ ୫ ରୁ ୬ ବର୍ଷର ବାଳକ କେଉଁଆଡୁ ଚାଲି ଚାଲି ଆସି କାନ୍ଦୁଅଛି । ପୋଲିସକୁ ଅନୁରୋଧ କରାଯାଇଥିଲା କି - ଆସି ବାଳକ ଟିକୁ ଉଦ୍ଧାର କରନ୍ତୁ । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ମାମୁଲି ନାୟକ ଲିଙ୍ଗିରାଯୋଡି ନିକଟରେ ପୋଲିସ ପେଟ୍ରୋଲିଂ ଭ୍ୟାନ ସହ ପହଁଚି ବାଳକକୁ ଉଦ୍ଧାର କରି ଆଇନ ଅନୁଯାୟୀ ପରିବାର ଲୋକକୁ ହସ୍ତାନ୍ତର କରିଥିଲେ । ପୋଲିସ ଜନତାଙ୍କ ସେବାରେ ୨୪ ଘଣ୍ଟା ଅନବରତ କାର୍ଯ୍ୟରତ । ଜନ ସାଧାରଣଙ୍କ ଧନ ଜୀବନର ସୁରକ୍ଷା ଦାୟିତ୍ୱ ପୋଲିସର । ଅନୁଗୋଳ ପୋଲିସ ଜନ ସାଧାରଣଙ୍କ ସେବାରେ ସଦା ସର୍ବଦା ଜାଗ୍ରତ ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି ।

Report By :- Nipu Bhutia , IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।