ଅାରପାରିରେ ରଙ୍ଗ ଓ ତୁଳୀର ଯାଦୁକର ପୂର୍ଣ୍ଣଚନ୍ଦ୍ର ।

କିଶୋରନଗର(IYA NEWS:31/05/2020):
ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଙ୍କ ର ପରଲୋକ ହୋଇଯାଇଛି ତାଙ୍କୁ ୮୫ବର୍ଷ ହୋଇଥିଲା।କଟକ ବଡ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନ ରେ ସେ ଆଖି ବୁଜିଥିଲେ।ସ୍ବର୍ଗତ ପ୍ରଧାନଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୋକ ପ୍ରକାଶ କରିଛନ୍ତି ।ଅନ୍ତିମଶଯ୍ୟା ନିକଟରେ ତାଙ୍କର ପୁତ୍ର,କନ୍ୟା ଓ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।
୧୯୩୫ ମସିହା ସେପ୍ଟେମ୍ବର୨ ତାରିଖରେ କିଶୋରନଗର ବ୍ଲକର କଦଳିମୁଣ୍ଡା ଗ୍ରାମରେ ଶ୍ରୀପ୍ରଧାନ ଜନ୍ମ ଗ୍ରହଣ କରିଥିଲେ।ରଙ୍ଗ ଓ ତୂଳୀ ରେ ଉତ୍କର୍ସ କଳା ପ୍ରଦର୍ଶନ କରି ଜଣେ ଉଚ୍ଚ କୋଟିର ଚିତ୍ରଶିଳ୍ପୀ ଭାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।କଳା ଶିକ୍ଷକ ଭାବ ରେ ଚାକିରୀ ଜୀବନ ଆରମ୍ଭ କରିଥିଲେ।ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା।ହେଲେ ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ସୂଚନା ମିଳିଛି।ଆଠମଲ୍ଲିକ ଅଞ୍ଚଳ ର ଯୁବନେତା ତଥା ଠାକୁରଗଡ଼ ୟୁଥ ପାୱାର ସଙ୍ଗଠନର ପ୍ରତିଷ୍ଠାତା ତଥା ଲାୟନ୍ସ କ୍ଲବ ଅନୁଗୋଳ ସଭାପତି ଶଶାଙ୍କ ଶେଖର ପ୍ରଧାନଙ୍କ ବଡବାପା ଅଟନ୍ତି।
ଜଣେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିବା ସ୍ବର୍ଗତ ପ୍ରଧାନ ୧୯୭୩ ମସିହାରେ ଭାରତୀୟ ଜାତୀୟ ଏକାଡେମୀ କୋଲକାତା ସହରରୁ ସମ୍ମାନୀତ ହୋଇଥିଲେ । ସେହିପରି ୧୯୭୭ ମସିହାରେ ଓଡିଶା ଲଳିତ କଳା ଏକାଡେମୀ,୧୯୮୪ ରେ ସର୍ବଭାରତୀୟ ଚାରୁକଳା ଓ କାରୁକଳା ସୋସାଇଟି ନୂଆଦିଲ୍ଲୀ,୧୯୮୫ରେ ଲଣ୍ଡନ ବ୍ରିଟିଶ ହାଇକମିଶନଙ୍କ ତରଫରୁ ସାର୍ଟିଫିକେଟ ପ୍ରାପ୍ତ କରିଥିଲେ।୧୯୯୬ମସିହାରେ ରାଷ୍ଟ୍ରପତି ଶଙ୍କରଦୟାଲ ଶର୍ମା ଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର,୧୯୯୮ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ବିଷୁବ ସମ୍ମାନ ଓ ୧୯୯୯ ମସିହାରେ ରାଜ୍ୟପାଳ ପୁରଷ୍କାର ପାଇଥିଲେ ସ୍ବର୍ଗତ ପ୍ରଧାନ। ଏହା ବାଦ ଅନୁଗୋଳର ଶ୍ରେଷ୍ଠ ନାଗରିକ ସମ୍ମାନ,ଚିତ୍ରଶିଳ୍ପୀ ପ୍ରଭୁଚରଣ ସ୍ମୃତି ସମ୍ମାନ,ଆଠମଲ୍ଲିକ ସାଂସ୍କୃତିକ ଅନୁଷ୍ଠାନ ତରଫରୁ କୁଳମଣି ସିଂ ଶ୍ରେଷ୍ଠ ନାଗରିକ ସମ୍ମାନ,ହରିହର ଲାୟନ୍ସ କ୍ଲବ ଆଠମଲ୍ଲିକ,ମୌସୁମୀ ପ୍ରଧାନ ଫାଉଣ୍ଡେସନ ଆଠମଲ୍ଲିକ ଦ୍ଵାରା ଶ୍ରୀପ୍ରଧାନ ସମ୍ମାନୀତ ହୋଇଥିଲେ।ଚାକିରୀରୁ ଅବସରନେବା ପରେ ବାମୁର ମହାତ୍ମା ଗାନ୍ଧୀ ସ୍ମୃତି ପରିଷଦ ର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଲବ୍ଧ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନଙ୍କୁ ଆଣି ଗାନ୍ଧୀ ଆର୍ଟ ଗ୍ୟାଲେରୀ ରେ ଦୁର୍ଲ୍ଲଭ କଳାକୃତି ର ଛାପ ଛାଡିଯାଇଛନ୍ତି।
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।