ରେଲୱ ସାଇଫନରେ ପଡି ୨୧ ବର୍ଷର ଯୁବକ ମୃତ ।

ଅାଠମଲ୍ଲିକ(IYA NEWS:27/05/2020):
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଠେଲକନାଳି ଗ୍ରାମରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି | ଗାଧୋଇବାକୁ ଯାଇ ଏକ ଗଭୀର ସାଇଫନରେ ବୁଡି ୨୧ ବର୍ଷ ଯୁବକଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ ମୃତକ ଜଣକ ଠେଲକନାଳି ଗ୍ରାମର ଦାମ ମୁଣ୍ଡାଙ୍କ ପୁଅ ସୁରଥ ମୁଣ୍ଡା (୨୧) | ଗତକାଲି ଅପରାହ୍ନ ୨ଟା ବେଳେ ସୁରଥ ଗାଧୋଇବା ପାଇଁ ଘରୁ ଯାଇଥିଲେ ।କିନ୍ତୁ ଦୀର୍ଘ ସମୟ ଧରି ସୁରଥ ଘରକୁ ନଫେରିବାରୁ, ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସୁରଥଙ୍କ କୌଣସି ଖବର ପାଇନଥିଲେ । ଆଜି ଅପରାହ୍ନ ୧ଟା ବେଳେ ଗ୍ରାମର କିଛି ଲୋକ ରେଲୱେ ସାଇଫନ ଆଡକୁ ଗାଧୋଇବାକୁ ଯାଇଥିବାବେଳେ ମୃତ ଶରୀରକୁ ଦେଖିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଜାଣିବା ପରେ ହଣ୍ଡପା ଥାନାକୁ ଖବର ଦେଇଥିଲେ ।ଏନେଇ ହଣ୍ଡପା ଥାନାରେ ୧୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ବୋଲି ହଣ୍ଡପା ଥାନା ଅଧିକାରୀ କହିଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।