ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ରେ ମହିଧରପୁର ଫାଣ୍ଡି ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଅନୁଗୋଳ (IYA NEWS : ୨୯/୦୫/୨୦୨୦)
ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ରେ ବଅଁରପାଳ ଥାନା ଅଧୀନସ୍ଥ ମହିଧରପୁର ଫାଣ୍ଡି ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କରାଯାଇଛି। ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଫାଣ୍ଡି ର ସମସ୍ତ ପୋଲିସ କର୍ମୀ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିନା ମାସ୍କରେ ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ଫାଣ୍ଡି ସମ୍ମୁଖରେ ମାସ୍କ ବଣ୍ଟନ କରାଯାଇଥିଲା। କରୋନା ଯେମିତି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବ ସେ ବିଷୟରେ ଲୋକମାନଙ୍କୁ ସଚେତନତା ମଧ୍ୟ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରିବା, ଘରୁ ବାହାରିଲେ ମାସ୍କ ପରିଧାନ କରିବା ଓ ସାବୁନ ରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ ପୋଲିସ କର୍ମଚାରୀ। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ମାସ୍କ ପିନ୍ଧି ନଥିବାରୁ ତାଗିଦ ମଧ୍ୟ କରାଯାଇଥିଲା। ଲୋକମାନଙ୍କୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରିଥିଲେ ମହିଧରପୁର ପୋଲିସ। ଆଗକୁ ଆହୁରି ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ମାସ୍କ ପାଇ କିଛି ଲୋକ ଖୁସି ହେବା ସହ ଆଗକୁ ଘରୁ ବାହାରିଲେ ମାସ୍କ ପରିଧାନ କରିବେ ବୋଲି କିଛି ଲୋକ ମଧ୍ୟ କହିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ସନ୍ତୋଷ କୁମାର ବେହେରା, ପ୍ରବୀଣ ଗଡନାୟକ, ମୁରଲୀଧର ମାଝୀ, ସୁରେନ କୁମାର ଜେନା, ବିଶ୍ୱରଞ୍ଜନ ଜେନା ପ୍ରମୂଖ ଉପସ୍ଥିତ ଥିଲେ।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।