ଖରିଫ - ୨୦୨୦ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ।

 ଅନୁଗୋଳ(IYA NEWS:28/05/2020):
ଚଳିତ ଖରିଫ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟରେ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ସତପଥୀ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତି ରାୟ ଯୋଗ ଦେଇଥିଲେ। କରୋନା ସଂକ୍ରମଣ ବ୍ୟାପୁଥିବା ରୁ ବାହାରୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଆମ ଜିଲ୍ଲାକୁ ଫେରିଛନ୍ତି। ସେମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟି ରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ନିମନ୍ତେ ସମସ୍ତ କୃଷି ଭିତ୍ତିକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକରି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। କୃଷି ଓ ଏହାର ଆନୁସାଙ୍ଗୀକ ବିଭାଗର କ୍ଷେତ୍ର କର୍ମଚାରୀ ମାନେ ଗ୍ରାମାଞ୍ଚଳକୁ ଫେରୁଥିବା ଶ୍ରମିକ ମାନଙ୍କୁ ବିଭିନ୍ନ୍ ଚାଷ କାର୍ଯ୍ୟ କରି କିପରି ନିଜର ଜୈବିକ ନିର୍ବାହ କରିପାରିବେ। ସେଥିପ୍ରତି ବିଶେଷ ଯତ୍ନବାନ୍ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭୋଳ ଶଙ୍କର ବେହେରା ସମସ୍ତଙ୍କୁ ସ୍ୱାଗତ୍ ଜଣାଇବା ସହ ଗତ ୨୦୧୯-୨୦୨୦ ରେ କାର୍ଯ୍ୟକାରୀ ହୋଇଥିବା ଯୋଜନାର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ଓ ଏହାର ଆନୁସାଙ୍ଗୀକ ବିଭାଗ ଦ୍ଵାରା କାର୍ଯ୍ୟକରି ହୋଇଥିବା ବିଭିନ୍ନ୍ ଯୋଜନା ସହ ଜିଲ୍ଲାରେ ଜନ୍ ସେବନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଥିବା ବିଭିନ୍ନ୍ ଜଳ ଉତ୍ସ ଗୁଡିକୁ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପାଣି କିପରି ଯୋଗାଇଦିଆ ଯାଇପାରିବ ସେଥିପାଇଁ ବିଭାଗୀୟ କର୍ମକର୍ତ୍ତା ମାନେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ହୋଇଥିବା ବର୍ଷା ଓ ଉପଲବ୍ଧ ଜଳସେଚନର ସୁବିଧାକୁ ଦୃଷ୍ଟିରେ ରଖି ଖରିଫ ଋତୁରେ ଜିଲ୍ଲରେ ୮୩ ହଜାର ୮୪୮ହେକ୍ଟର ଧାନ ୩ହଜାର ୨୦୨ ହେକ୍ଟର ଅଣ ଧାନ ଏହି ପରି ମୋଟ ୮୭ ହଜାରେ ୫୦ ହେକ୍ଟର ଫସଲ ଖସଡା ପ୍ରସ୍ତୁତ ହୋଇଛି । ଜିଲ୍ଲାରେ ଥିବା ସମସ୍ତ ଜଳ ସେଚନ ଉତ୍ସରୁ ୬୮ ଜାଜର ୪୫୮ ହେକ୍ଟର ଫସଲ କୁ ଜଳସେଚନ ଯୋଗାଇ ଦିଆଯିବାର ଯୋଜନା ରହିଚି lଚଳିତ ଖରିଫ ଫସଲ ରୁତୁରେ ଜିଲ୍ଲାର ୧୦୩ ଟି କୃଷି ସମବାୟ ସମିତ ମାଧ୍ୟମରେ ୧୨ ହଜାର ୩୨୮ କୁଇଣ୍ଟାଲ ଧାନ ୧୦୦ କୁଇଣ୍ଟାଲ ବିରି ୩୦ କୁଇଣ୍ଟାଲ ହରଡ ୧୦୦ କୁଇଣ୍ଟାଲ ଚିନାବାଦାମ ଓ ୬୦ କୁଇଣ୍ଟାଲ ଧନୀଚା ବିହନ ଡିବିଟି ମାଧ୍ୟମରେ ବିକ୍ରୟ କରାଯିବ ଡି ଆର ସି ସି ଓ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାକର ସମ୍ପାଦକ ଏହି ବିହନ ବିକ୍ରୟ କାର୍ଯ୍ୟକୁ ସଠିକ ଭବରେ ପରିଚଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l ଚଳିତ ମାସ ସରକାରଙ୍କ ତରଫରୁ ବିଭିନ୍ନ କୃଷି ସମବାୟ ସମିତ ମାଧ୍ୟମରେ ଚାଷୀମାନେ ରିହାତି ଦରରେ ଧାନ ବିହନ କୁଇଣ୍ଟାଲ ପ୍ରତି ୨୨୫୦(୧୦ ବର୍ଷ ପୂର୍ବରୁ ଯୋଗାଇ ଦିଆଯାଇଥିବା ପୁରୁଣା ଧାନ) ଓ ୧୯୫୦ (୧୦ ବର୍ଷ ମଧ୍ୟରେ ଯୋଗାଇ ଦିଆଯାଇଥିବା ପୁରୁଣା ଧାନ) ଟଙ୍କାରେ କିଣିବେ। ଚଳିତ ଖରିଫ ଋତୁରେ ସମବାୟ ଓ ବ୍ୟବସାୟକ ବ୍ୟାଙ୍କ୍ ମାଧ୍ୟମରେ ଚାଷୀ ମାନଙ୍କୁ ୩୧୦ କୋଟି ଟଙ୍କାର ରୁଣ ଯୋଗାଇ ଦିଆଯିବ। ଚଳିତ ଖରିଫ ଋତୁ ପାଇଁ ୧୪ ହଜାର ୨୦୦ ମେଟ୍ରିକ ଟନ୍ ସାର ଦରକାର। ବର୍ତ୍ତମାନ୍ ୫୦୦ ଟନ ୟୁରିଆ ସାର ଗଚ୍ଛିତ ଅଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରକାଶ କରିଥିଲେ। ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ର ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ ଓ ବିଭିନ୍ନ୍ ଜଳସେଚନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଏହି ବୈଠକରେ କୃଷି ଓ ଏହାର ଆନୁସାଙ୍ଗିକ ବିଭାଗ ଗୁଡିକର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।