ସଙ୍ଗରୋଧ କେନ୍ଦ୍ରରେ ଥିବା ଗଛରେ ପାଣି ଓ ପରିବେଶ ସଫା କରି ଉଦାହରଣ ସାଜିଲେ ପ୍ରବାସୀ ଯୁବକ ।

ଅନୁଗୋଳ(IYA NEWS:25/05/2020):
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ତୁକୁଡା ହାଇସ୍କୁଲରେ ହୋଇଥିବା
ସଙ୍ଗରୋଧ ଗୃହ ପ୍ରବାସୀଙ୍କ ଉଚ୍ଚ ଚିନ୍ତାଧାରା ସବୁଜ ପରିବେଶମୟ ହୋଇଯାଇଛି । ସେଠାରେ ରହୁଥିବା ଅନ୍ତେବାସୀ ବିଭିନ୍ନ ବ୍ଲକର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସଙ୍ଗରୋଧ ଗୃହରେ ରହି ସରକାରଙ୍କୁ ସହଯୋଗ କରୁଛନ୍ତି ।
ସମୟ ବିତାଇବା ପାଇଁ ନିଜ ନିଜ ମଧ୍ୟରେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେବାକୁ ଯାଇ ଭାବ ବିନିମୟ କରି ଦୁଃଖ ସୁଖ ବାଣ୍ଟଛନ୍ତି । ବିଭିନ୍ନ ରାଜ୍ୟରୁ ଦାଦନ ଖଟି ପ୍ରବାସୀ ଶ୍ରମିକ ଭାବେ ଏଠାରେ ରହି ଭିନ୍ନ ଭିନ୍ନ ସ୍ଥାନର ହୋଇଥିଲେ ବି ନିଜ ଘର ମଣି ସଙ୍ଗରୋଧ ଗୃହର ସବୁ କାମ ଖୁସିରେ କରୁଥିବା ଜଣାଯାଇଛି ।
ସ୍ଥାନୀୟ ସରପଞ୍ଚ ତପସ୍ୱିନୀ ସାହୁଙ୍କ ସହଯୋଗରେ ବିଦ୍ୟାଳୟ ଏବଂ ପରିସର ସଫା କରି ପରିବେଶ ନିର୍ମଳ ରଖିବା ସହ ବିଦ୍ୟାଳୟର ଚତୁଃପାର୍ଶ୍ୱରେ ଗଛ ଲଗାଉଛନ୍ତି। ଏକାଠି ବସି ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରୁଛନ୍ତି । ନିଜ ଘର ଭଳି ଜଣେ ଅନ୍ୟର କାମ କରିବାରେ ସହଯୋଗ କରୁଛନ୍ତି । ସଙ୍ଗରୋଧ ଗୃହର ପ୍ରବାସୀ ମାନେ କହିଛନ୍ତି ଏଠାରେ ନିଜ ଘର ଭଳି ଲାଗୁଛି । ଛାଡ଼ିଲା ବେଳକୁ ଦୁଃଖ ନିଶ୍ଚିତ ହେବ । ଏହି ପ୍ରବାସୀମାନଙ୍କ ଜୀବନଶୈଳୀ ଯାହା ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ହୋଇପାରେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।