ବାଉଁଶ ପାତିଆ କାରିଗରଙ୍କୁ ରିଲିଫ ପ୍ରଦାନ।

ଅାଠମଲ୍ଲିକ(IYA NEWS:26/05/2020):
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ପଞ୍ଚାୟତ ପାପସରା ଏକ ବସ୍ତିରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ପରିବାର ବାଉଁଶ ପାତିଆ ସାହାଯ୍ୟ ରେ ବିଭିନ୍ନ ଜିନିଷ ପତ୍ର ତିଆରି କରି ନିଜ ପରିବାର ର ପ୍ରତିପୋଷଣ କରିଥାନ୍ତି। ଦୁଇ ମାସ ରୁ ଉର୍ଦ୍ଧ୍ବ କରୋନା ଲାକଡାଉନ କଟକଣା ପାଇଁ ବାଉଁଶ ପାତିଆ ରେ ତିଆରି କରିଥିବା ଜିନିଷ ଗୁଡିକ ବିକ୍ରି ନହୋଇ ସମ୍ପୂର୍ଣ୍ଣ ପଡିରହିଛି।
ପ୍ରକାଶ ଥାଉକି ବଇଣ୍ଡା ଚନ୍ଦନ ଯାତ୍ରା ,ପାତ୍ରପଡା ବାୟାଣି ମନ୍ଦିର ଯାତ୍ରା ଏବଂ ରବିବାର ହାଟ ବନ୍ଦ ଥିବାରୁ ବାଉଁଶ ପାତିଆ ସାହାର୍ଯ୍ୟରେ କୁଲା ,ଡାଲା, ବୋଝ, ପାଛିଆ, ଗଣ୍ଡୁଆ, ବିଛଣା ପ୍ରଭୁତି ପ୍ରତି ପରିବାର ପିଛା ୧୦୦୦୦ରୁ ଉର୍ଦ୍ଧ୍ବ ବିକ୍ରି ନହୋଇ ପଡିରହିଛି।
ଏହି ପରିପ୍ରେକ୍ଷୀରେ ରେ ୟାର ବଇଣ୍ଡା ସଂଗଠନ ତରଫରୁ କିଛି ରିଲିଫ ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ ପ୍ରାୟ୧୫ ବାଉଁଶ ପାତିଆ ରେ ଚାଲୁଥିବା ପରିବାରକୁ ଶୁଖିଲା ଖାଦ୍ୟ ପଦାର୍ଥ ଯଥା ଚାଉଳ, ଡାଲି, ଚୁଡା, ଗୁଡ଼,ତେଲ, ଲୁଣ ସାବୁନ ଏବଂ ମହିଳା ମାନଙ୍କ ସାନିଟାରୀ ପ୍ୟାଡ଼ ବଣ୍ଟନ କରାଯାଇଥିଲା।
ୟାର ସଙ୍ଗଠନ ର ନିର୍ଦ୍ଧେଶକ ରଣଜିତ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ସ୍ୱାଇଁ ଓ ସଞ୍ଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।