‘ବନ୍ଦେ ଉତ୍କଳ ଜନନୀ’: ଭୁବନେଶ୍ୱର ଏଜି ଛକରେ ଗାଇଲେ ଅାଠମଲ୍ଲିକ ବିଧାୟକ ।

ଅାଠମଲ୍ଲିକ(IYA NEWS:30/05/2020):

କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତିି ପ୍ରତିଟି ଓଡ଼ିଆ।ଅାଜି ଅପରାହ୍ନ ୫.୩୦ ମିନିଟ୍‌ରେ ରାଜ୍ୟ , ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ‘ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ଏହି କ୍ରମରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଭୁବନେଶ୍ୱର ଏଜି ଛକ ଠାରେ ଅାୟୋଜିତ ସଭାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଛନ୍ତି । ଏହି ଅବସରରେ ଏଜି ଛକ ଠାରେ ପୋଲିସ,ଟ୍ରାଫିକ ପୋଲିସ,ବହୁ ଜନପ୍ରତିନିଧି,ବିଦ୍ୟାଳୟ ଛାତ୍ରଛାତ୍ରୀ,ବହୁ ବରିଷ୍ଠବ୍ୟକ୍ତି,ସଂଗୀତ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ । ସୂଚନାନୁସାରେ ଅାଠମଲ୍ଲିକ ବିଧାୟକଙ୍କ ଜରୁରୀ କାର୍ଯ୍ୟଥିବାରୁ ଭୁବନେଶ୍ୱର ଯାଇଥିଲେ ସେଠି ରହି ବିଧାୟକ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିଥିଲେ । ଅାଜି ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କିପରି କରୋନା ଯୋଦ୍ଧାଙ୍କୁ ଗୀତ ଗାଇ ସମ୍ମାନୀତ କରାଯାଇପାରିବ ସେ ଉପରେ ଅପରାହ୍ନ ୧ଘଟିକାରେ ଅାଲୋଚନା କରିଥିଲେ ।

*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*

ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।