ଟ୍ରେନ ରୁ ଫେରାର ହେଲେ ପୁଣି ପ୍ରବାସୀ ଓଡିଅା : ୧୮ଜଣଙ୍କୁ କାବୁ କଲେ ଅାର.ପି.ଏଫ ଅଧିକାରୀ ।

ଅନୁଗୋଳ(IYA NEWS:26/05/2020):
ଅନୁଗୋଳ ଜିଲ୍ଲା ବଇଣ୍ଡା ରେଳ ଷ୍ଟେସନ ଠାରୁ ପ୍ରାୟ ୧ କିମି ଦୂର ୫୫ନଂ ଜାତୀୟ ରାଜପଥ ଉପରେ ଥିବା ରେଳ ଫାଟକ ନିକଟରେ ଅହମଦାବାଦ ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ ଓଡ଼ିଶାର କଟକ ରେଳ ଷ୍ଟେସନକୁ ଆସୁଥିଲା ।ସୂଚନାନୁସାରେ କୌଣସି କାରଣରୁ ଟ୍ରେନଟିର ହୋସ ପାଇପଟି ଫାଟିଯିବାରୁ ଟ୍ରେନଟି ସେହି ସ୍ଥାନରେ ଅଟକି ଯାଇଥିଲା, ଟ୍ରେନଟି ଅଟକିବା ସୁଯୋଗ ନେଇ ଟ୍ରେନ ଭିତରେ ଥିବା ଆଠମଲ୍ଲିକ ଓ ଠାକୁରଗଡ ଅଞ୍ଚଳର ୧୮ ଜଣ ପ୍ରବାସୀ ଯୁବକ ଟ୍ରେନରୁ ଓଲ୍ହାଇ ନିକଟସ୍ଥ ଜଙ୍ଗଲରେ ଲୁଚିଥିଲେ | ଖବର ପାଇ ସଙ୍ଗେ ସଙ୍ଗେ ବଇଣ୍ଡା ଆରପିଏଫ ଅଧିକାରୀ ଏ.କେ ଗଡ଼ନାୟକ ସଦଳବଳ ନେଇ ଖୋଜାଖୋଜି କରି ସମସ୍ତ ୧୮ ଜଣକୁ କାବୁ କରିଥିଲେ | ବଇଣ୍ଡା ଫାଣ୍ଡି ଅଧିକାରୀ ସନାତନ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଗାଁ ବଇଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୧୦ ଜଣ ଓ ଲୁହାମୁଣ୍ଡା ସଙ୍ଗରୋଧ କେନ୍ଦ୍ରକୁ ୮ ଜଣ ପ୍ରବାସୀଙ୍କୁ ପଠାଇଛନ୍ତି |
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।