ବାମୁର ଗାନ୍ଧୀ ଟ୍ରଷ୍ଟ ପୂର୍ବତନ ସଂପାଦକଙ୍କ ବିୟୋଗରେ ସ୍ମୃତିସଭା ପାଳିତ । ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁରର ଅପୂରଣୀୟ କ୍ଷତି : ବିଧାୟକ ସାଏ ।

ଅାଠମଲ୍ଲିକ(IYA NEWS:31/05/2020):
ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି ତାଙ୍କୁ ୮୫ବର୍ଷ ହୋଇଥିଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ଅପରାହ୍ନ ରେ ସେ ଆଖି ବୁଜିଥିଲେ। ସ୍ବର୍ଗତ ପ୍ରଧାନଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ଅାଇ.ୱାଇ.ଏ ନିୟୁଜ ପ୍ରତିନିଧି ଭକ୍ତିପ୍ରସାଦ ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।ସ୍ୱର୍ଗତ ପ୍ରଧାନଙ୍କ ଅମର ଅାତ୍ମାର ସଦଗତି ନିମନ୍ତେ ଅାଜି ଅପରାହ୍ନରେ ମହାତ୍ମାଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁର ପକ୍ଷରୁ ସ୍ମୃତି ସଭା ଅାୟୋଜିତ ହୋଇଯାଇଛି । ସ୍ମୃତିସଭାରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଅମର ଅାତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ କିଶୋରନଗର ବ୍ଲକ ତଥା ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ବାମୁରର ଅପୂରଣୀୟ କ୍ଷତି ବୋଲି କହିଥିଲେ । ବିଧାୟକଙ୍କ ସହ ଏହି ସ୍ମୃତିସଭାରେ ଗାନ୍ଧୀ ମେମୋରିଅାଲ ଟ୍ରଷ୍ଟ ସଂପାଦକ ଗୋକୁଳାନନ୍ଦ ପ୍ରଧାନ,ସହ ସଂପାଦକ ଲବକୁମାର କିଶୋର ସାହିତ୍ୟ ସଂସଦର ସଂପାଦକ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ,ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି,ଅନୁଗୋଳ ଜିଲ୍ଲାର ଯୁବଉଦ୍ୟୋଗୀ, ସମାଜସେବୀ ତଥା ଲାୟନ୍ସ କ୍ଲବ ଅନୁଗୋଳ ୟୁଥ୍ ର ସଭାପତି ଏବଂଠାକୁରଗଡ଼ ୟୁଥ ପାୱାର ସଙ୍ଗଠନର ପ୍ରତିଷ୍ଠାତା ଶଶାଙ୍କ ଶେଖର ପ୍ରଧାନ ଓ ଟ୍ରଷ୍ଟର ବହୁ ସଦସ୍ୟ ଯୋଗଦେଇଥିଲେ ।
ସୂଚନାଥାଉକି, ୧୯୩୫ ମସିହା ସେପ୍ଟେମ୍ବର ୨ ତାରିଖରେ କିଶୋରନଗର ବ୍ଲକର କଦଳିମୁଣ୍ଡା ଗ୍ରାମରେ ଶ୍ରୀପ୍ରଧାନ ଜନ୍ମ ଗ୍ରହଣ କରିଥିଲେ। ରଙ୍ଗ ଓ ତୂଳୀରେ ଉତ୍କର୍ସ କଳା ପ୍ରଦର୍ଶନ କରି ଜଣେ ଉଚ୍ଚ କୋଟିର ଚିତ୍ରଶିଳ୍ପୀ ଭାବରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଭାବେ ସୁନାମ ଅର୍ଜନ କରିଥିବା ସ୍ବର୍ଗତ ପ୍ରଧାନ ୧୯୭୩ ମସିହାରେ ଭାରତୀୟ ଜାତୀୟ ଏକାଡେମୀ କୋଲକାତା ସହରରୁ ସମ୍ମାନୀତ ହୋଇଥିଲେ । ସେହିପରି ୧୯୭୭ ମସିହାରେ ଓଡିଶା ଲଳିତ କଳା ଏକାଡେମୀ, ୧୯୮୪ ରେ ସର୍ବଭାରତୀୟ ଚାରୁକଳା ଓ କାରୁକଳା ସୋସାଇଟି ନୂଆଦିଲ୍ଲୀ, ୧୯୮୫ରେ ଲଣ୍ଡନ ବ୍ରିଟିଶ ହାଇକମିଶନଙ୍କ ତରଫରୁ ସାର୍ଟିଫିକେଟ ପ୍ରାପ୍ତ କରିଥିଲେ।୧୯୯୬ମସିହାରେ ରାଷ୍ଟ୍ରପତି ଶଙ୍କରଦୟାଲ ଶର୍ମାଙ୍କ ଠାରୁ ରାଷ୍ଟ୍ରପତି ପୁରସ୍କାର, ୧୯୯୮ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ବିଷୁବ ସମ୍ମାନ ଓ ୧୯୯୯ ମସିହାରେ ରାଜ୍ୟପାଳ ପୁରଷ୍କାର ପାଇଥିଲେ ସ୍ବର୍ଗତ ପ୍ରଧାନ। ଏହା ବାଦ ଅନୁଗୋଳର ଶ୍ରେଷ୍ଠ ନାଗରିକ ସମ୍ମାନ, ଚିତ୍ରଶିଳ୍ପୀ ପ୍ରଭୁଚରଣ ସ୍ମୃତି ସମ୍ମାନ, ଆଠମଲ୍ଲିକ ସାଂସ୍କୃତିକ ଅନୁଷ୍ଠାନ ତରଫରୁ କୁଳମଣି ସିଂ ଶ୍ରେଷ୍ଠ ନାଗରିକ ସମ୍ମାନ, ହରିହର ଲାୟନ୍ସ କ୍ଲବ ଆଠମଲ୍ଲିକ ତରଫରୁ ପ୍ରାଇଡ୍ ଅଫ ଅନଗୋଳ ସମ୍ମାନ, ମୌସୁମୀ ପ୍ରଧାନ ଫାଉଣ୍ଡେସନ ଆଠମଲ୍ଲିକ ଦ୍ଵାରା ଶ୍ରୀପ୍ରଧାନ ସମ୍ମାନୀତ ହୋଇଥିଲେ ଏହ ସହିତ ସେ ଆହୁରି ଅନେକ ସାମାଜିକ  ସଂଗଠନ ତରଫରୁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ଚାକିରୀରୁ ଅବସରନେବା ପରେ ବାମୁର ମହାତ୍ମା ଗାନ୍ଧୀ ସ୍ମୃତି ପରିଷଦର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ସେହି ସମୟରେ ଓଡିଶାର ଲବ୍ଧ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନଙ୍କୁ ଆଣି ମହାତ୍ମା  ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ, ବାମୁର ଠାରେ ଏକ ଆର୍ଟ ଗ୍ୟାଲେରୀ କରି ଦୁର୍ଲ୍ଲଭ କଳାକୃତିର ଛାପ ଛାଡିଯାଇଛନ୍ତି। 
ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଘରେ ରହି ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିବା ସୂଚନା ମିଳିଛି । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।