ସଙ୍ଗରୋଧ କେନ୍ଦ୍ର ପରିବେଶ ସଫା କରି ଉଦାହରଣ ସାଜିଲେ ପ୍ରବାସୀ ଯୁବକ ।

ଅାଠମଲ୍ଲିକ(IYA NEWS:27/05/2020):
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ ରାମଦେଓ ହାଇସ୍କୁଲ ବଇଣ୍ଡାରେ ହୋଇଥିବା ସଙ୍ଗରୋଧ ଗୃହ ପ୍ରବାସୀଙ୍କ ଉଚ୍ଚ ଚିନ୍ତାଧାରା ସବୁଜ ପରିବେଶମୟ ହୋଇଯାଇଛି । ସେଠାରେ ରହୁଥିବା ଅନ୍ତେବାସୀ ବିଭିନ୍ନ ଅଞ୍ଚଳର ହୋଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସଙ୍ଗରୋଧ ଗୃହରେ ରହି ସରକାରଙ୍କୁ ସହଯୋଗ କରୁଛନ୍ତି ।ସମୟ ବିତାଇବା ପାଇଁ ନିଜ ନିଜ ମଧ୍ୟରେ ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ଦେବାକୁ ଯାଇ ଭାବ ବିନିମୟ କରି ଦୁଃଖ ସୁଖ ବାଣ୍ଟଛନ୍ତି । ବିଭିନ୍ନ ରାଜ୍ୟରୁ ଦାଦନ ଖଟି ପ୍ରବାସୀ ଶ୍ରମିକ ଭାବେ ଏଠାରେ ରହି ଭିନ୍ନ ଭିନ୍ନ ସ୍ଥାନର ହୋଇଥିଲେ ବି ନିଜ ଘର ମଣି ସଙ୍ଗରୋଧ ଗୃହର ସବୁ କାମ ଖୁସିରେ କରୁଥିବା ଜଣାଯାଇଛି ।
ସ୍ଥାନୀୟ ସରପଞ୍ଚଙ୍କ ସହଯୋଗରେ ପ୍ରବାସୀ ମାନେ ହାତରେ ଦାଅା,କୋଦାଳ ଧରି ବିଦ୍ୟାଳୟ ପରିସର ସଫା କରୁଛନ୍ତି। ନିଜ ଘର ଭଳି ଜଣେ ଅନ୍ୟର କାମ କରିବାରେ ସହଯୋଗ କରୁଛନ୍ତି । ସଙ୍ଗରୋଧ ଗୃହର ପ୍ରବାସୀ ମାନେ କହିଛନ୍ତି ଏଠାରେ ନିଜ ଘର ଭଳି ଲାଗୁଛି । ଛାଡ଼ିଲା ବେଳକୁ ଦୁଃଖ ନିଶ୍ଚିତ ହେବ । ଏହି ପ୍ରବାସୀମାନଙ୍କ ଜୀବନଶୈଳୀ ଯାହା ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ହୋଇପାରେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।