ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୋଳ (IYA NEWS : ୧୯/୦୬/୨୦୨୦)
ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ଗତକାଲି ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳର ଖିଣ୍ଡା ସେକ୍ସନ ପୋକତୁଙ୍ଗା ବିଟ ଥିବା ନନ୍ଦପୁର ପଞ୍ଚାୟତର ମଧୁପୁର ଗାଁ ବାଘୁଆପାଟ ସାହିର କେତେକ ଗ୍ରାମବାସୀ ସକାଳ ସମୟରେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ୍ତଳା ବନାଞ୍ଚଳ ଡେପୁଟି ରେଞ୍ଜର ଜୟନ୍ତ କୁମାର ସାହୁ ସଦଳବଳେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ପଠାଇ ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳରୁ ହୋଇ ନଥିବା ହେତୁ ତାଙ୍କର ପରିଚୟ ମିଳି ପାରିନଥିବା ବେଳେ ତାଙ୍କର ଆନୁମାନିକ ବୟସ ୫୦ ବର୍ଷ ହେବ ଏବଂ ମୃତଦେହ ନିକଟରୁ ଗୋଟିଏ ସାଇକେଲ , ରୋଷେଇ ସାମଗ୍ରୀ ଜିନିଷ ଉଦ୍ଧାର ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ବନବିଭାଗ ତରଫରୁ ସତର୍କ କରାଯାଇଛି।
REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।