ଜୀବନ ବିନ୍ଦୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ।

ଅନୁଗୋଳ (IYA NEWS : ୧୮/୦୬/୨୦୨୦)
ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ଗ୍ରାମପଞ୍ଚାୟତ ତାବଡା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୋଳର ବିଶିଷ୍ଟ ସମାଜସେବୀ ତଥା ଅନ୍ତୁଳିଅା ଗ୍ରାମପଞ୍ଚାୟତ ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ରକ୍ତଦାନ ଶିବିର ତାବଡା ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ ।  ଆସନ୍ତା ୨୦ ତାରିଖ ଶନିବାର ଦିନ ଆୟୋଜନ କରିବା ପାଇଁ ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା |ଏହି ବୈଠକରେ ସମାଜସେବୀ ତଥା ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁଙ୍କ ସହ ବହୁ ଯୁବଗୋଷ୍ଠୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିବାକୁ ସମ୍ମତି ଜଣାଇଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।