ମରଣଯନ୍ତା ପାଲଟିଛି ତଳମୂଳ - ନୂଆସାହି ରାସ୍ତା । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ପାଇଁ ହନ୍ତସନ୍ତ ହେଉଛନ୍ତି ଜନତା।

ଅନୁଗୋଳ (IYA NEWS : ୧୮/୦୬/୨୦୨୦) 
ଠିକାଦାରଙ୍କ ମନମ୍ମୁଖୀ କାର୍ଯ୍ୟ ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ର ଅବସ୍ଥା ଏବେ ସାଂଘାତିକ। ଏହି ଦୃଶ୍ୟ ହେଉଛି ବଅଁରପାଳ ତଳମୂଳ ପଂଚାୟତ ନୂଆସାହିର ଗ୍ରାମ୍ୟ ରାସ୍ତା। ମୁଖ୍ୟ ରାସ୍ତା ଟି ଫୁଲପଡା ନୂଆସାହିକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ରାସ୍ତା ର ଅବସ୍ଥା ଦେଖିଲେ ଲାଗୁଛି, ମୃତ୍ୟୁ କୁ ଡାକୁଛି ଏହି ଗ୍ରାମ୍ୟ ରାସ୍ତା। ପ୍ରଶାସନ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ଏହି ରାସ୍ତା ନିର୍ମାଣ କରାଯାଇଥିବାର ସନ୍ଦେହ ଲାଗୁଛି। ଅଭିଯୋଗ ଆସିଲେ ଚିପସ ପକାଇ ରାସ୍ତା ମରାମତି କରୁଛନ୍ତି ସମ୍ପୃକ୍ତ ଠିକାଦାର। ରାସ୍ତାଟି ଏତେ ନିମ୍ନମାନର ହୋଇଛି ଯେ ରାସ୍ତାରୁ ପିଚୁ ବାହାରି ଏବେ କାଦୁଅ ହୋଇଯାଇଛି। ରାସ୍ତାକୁ ଦେଖିଲେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ଲୋକମାନେ ଯାତାୟାତ କଲାବେଳେ ଭାବୁଛନ୍ତି ସତେ ଯେମିତି ଯମ ଦ୍ଵାର ଦେଇ ଗତି କରୁଛନ୍ତି। ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହେଲେ ଅନେକ ନିରୀହ ଲୋକଙ୍କ ଜୀବନ ଦ୍ୱୀପ ଲିଭି ଯିବାର ଆଶା ଓ ଆକାଂକ୍ଷା।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।