ଆଜି ଅନୁଗୋଳରୁ ୨ଜଣ କରୋନା ପଜିଟିଭ୍ ଚିହ୍ନଟ। ପଜିଟିଭ୍ ସଂଖ୍ୟା ୬୬ରେ ପହଞ୍ଚିଲା।

ଅନୁଗୋଳ(IYA NEWS:29/06/2020):
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରୁ ଜଣେ ୨୧ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାର ରିପୋର୍ଟ ଆସିଛି।ଚଳିତ ମାସ ୨୫ତାରିଖ ରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧ ରେ ଥିଲେ ଏବଂ ତାଙ୍କ ର ସ୍ୱାବ ନମୁନା ରୁ ପଜିଟିଭ ଜଣା ପଡ଼ିଛି। ତାଙ୍କର କୌଣସି କରୋନା ଲକ୍ଷଣ ନଥିଲା। ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ସେହିପରି ବଅଁରପାଳ ବ୍ଲକ ଅଞ୍ଚଳର ଏକ ୫୨ ବର୍ଷୀୟ ବ୍ୟକ୍ତି କଟକ ର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାବ ପରୀକ୍ଷା ରୁ ପଜିଟିଭ ଜଣାପଡିଛି। ଏହି୨ଜଣ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ଆକ୍ରାନ୍ତ ଙ୍କ ସଂଖ୍ୟା ୬୬ରେ ପହଞ୍ଚିଛି।ଏହା ଛଡ଼ା ଆଜି୪ଜଣ ସୁସ୍ଥ ହୋଇ କରୋନା କେୟାର ସେଣ୍ଟର କୁ ସ୍ଥାନାନ୍ତର ହୋଇ ଥିବା ବେଳେ ପୂର୍ବରୁ କଣିହାଁର ଏକଶିଳ୍ପ ସଂସ୍ଥା ରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଓ ତାଳଚେର କୋଭିଡ ହସ୍ପିଟାଲ ରୁ ଜଣେ ଡାକ୍ତର ପଜିଟିଭ ଚିହ୍ନିତ ହେବା ପରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଏହି ୬ଜଣ ସୁସ୍ଥ ଙ୍କୁ ମିଶାଇ ବର୍ତ୍ତମାନ ୫୪ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।