ଭାରତ-ଚୀନ ସୀମା ବିବାଦରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

ଅନୁଗୋଳ(IYA NEWS:18/06/2020):
ଭାରତ-ଚୀନ ସୀମା ବିବାଦରେ ମଙ୍ଗଳବାର ଶହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ ଜିଲ୍ଲା ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ସାମୁହିକ ଦୀପଦାନ ପୂର୍ବକ ବୈପ୍ଳବୀକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି ।ଭାରତ ପ୍ରତି ଚୀନର ଆଭିମୁଖ୍ୟ ସଦା ସର୍ବଦା ଶତ୍ରୁତା ଆଚରଣ କରିବା ରହୁଥିବା ବେଳେ ସୀମାରେ ଉତେଜନା ପୂର୍ଣ୍ଣ୍ ବାତାବରଣ ସୃଷ୍ଟି କରି ପରିସ୍ଥିତିକୁ ଜଟିଳ କରୁଅଛି ।କୌଣସି କାରଣ ନଥାଇ ଚୀନ ସୈନିକ ମାନେ ଆମ ଯବାନମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ତାର ପ୍ରତିଉତ୍ତୋରରେ ଅମ ଯବାନ ମାନେ ମଧ୍ୟ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇଛନ୍ତି ।ଭାରତର ଶହୀଦ ଯବାନଙ୍କ ପ୍ରତି ଅନୁଗୁଳ ଶହୀଦ ସ୍ମୃତି କମିଟି ତଥା ଜିଲ୍ଲା ସ୍ବେଚ୍ଛାସେବୀ ସମୁହଙ୍କ ତରଫରୁ ଗତକାଲି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମୁହିକ ଦୀପଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।ଏଥି ସହିତ ଚୀନକୁ ଆର୍ଥିକ ଉପାୟରେ ଦୁର୍ବଳ କରାଗଲେ ତାର ଦମ୍ଭ ଭଙ୍ଗାଯାଇପାରିବ ବୋଲି ସ୍ବେଚ୍ଛାସେବୀ ମାନେ ମତପ୍ରକାଶକରିଛନ୍ତି। ଚୀନ ସାମଗ୍ରୀକୁ ବର୍ଜନ କରିବା ଦ୍ବାରା ଚୀନର ଅର୍ଥନୀତି ଦୂର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଣୁ ଚାଇନା ସାମଗ୍ରୀ ବର୍ଜନ ନିମନ୍ତେ ଦେଶବାସୀଙ୍କୁ କମିଟି ତରଫରୁ ଆହ୍ବାନ କରାଯାଇଛି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।