ଅାଠମଲ୍ଲିକ ଓ ଅନୁଗୋଳ ଡି.ଏଫ.ଓ ଙ୍କ ସହ ବଦଳିଲେ ଜିଲ୍ଲା ଫରେଷ୍ଟ ରେଞ୍ଜର କଲେଜରେ ପ୍ରଶିକ୍ଷକ ।

ଅନୁଗୋଳ(IYA NEWS:26/06/2020):
ଓଡିଶା ଫରେଷ୍ଟ ସର୍ଭିସ ସ୍ତରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ଛୋଟ ଧରଣର ଅଦଳବଦଳ କରାଯାଇଛି । ଏହି ଅଦଳବଦଳ ସ୍ତରରେ ଆଠମଲ୍ଲିକ ଡିଏଫଓ ସମ୍ୟକ ସାମନ୍ତରାଙ୍କର ଖୋର୍ଦ୍ଧା ଡିଭିଜନକୁ ବଦଳି ହୋଇଛି ।ଅନୁଗୋଳ ଡିଏଫଓ ଭି.କାର୍ତ୍ତିକଙ୍କୁ କୋଇମ୍ବାଟୁର ଟ୍ରେନିଂ ସେଣ୍ଟରକୁ ଡେପୁଟେସନରେ ପଠାଯାଇଥିବା ବେଳେ କରଞ୍ଜିଆ ଡିଏଫଓ ପ୍ରସନ୍ନ ବେହେରାଙ୍କୁ ଅନୁଗୋଳ ବନଖଣ୍ଡ ଡିଏଫଓ ଭାବେ ବଦଳି ହୋଇଛି ।ସେହିପରି ଅନୁଗୋଳ ଜିଲ୍ଲା ଫରେଷ୍ଟ ରେଞ୍ଜର କଲେଜରେ ପ୍ରଶିକ୍ଷକ ଥିବା ବଟକୃଷ୍ଣ ପାଢୀଙ୍କର ବାରିପଦା ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ଡିଭିଜନରେ ଥିବା ସୁଦୀପ ନାୟକଙ୍କୁ ଓଡିଶା ଫରେଷ୍ଟ ରେଞ୍ଜର କଲେଜକୁ ପ୍ରଶିକ୍ଷକ ଭାବେ ବଦଳି କରାଯାଇଛି । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।