ଅବସରପ୍ରାପ୍ତ ଜିଲ୍ଲାଜଜ୍ ଗୀରିଶ କୁମାର ମିଶ୍ରଙ୍କ ପରଲୋକ ।

ଅନୁଗୋଳ(IYA NEWS:24/06/2020):
କଳାହାଣ୍ଡି ଜିଲ୍ଲାର ପୂର୍ବତନ ଜିଲ୍ଲାଜଜ୍ ତଥା ବାଲେଶ୍ୱର ଫାମିଲକୋର୍ଟର ଅବସରପ୍ରାପ୍ତ ଜଜ୍ ଶ୍ରୀଯୁକ୍ତ ଗିରୀଶ କୁମାର ମିଶ୍ରଙ୍କ ଗତ ୨୨ ତାରିଖ ରାତ୍ର ୧୨.୧୫ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ କଟକର ସି.ଡି.ଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି ।ତାଙ୍କର ପରିବାର ବର୍ଗ ତଥା ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସତୀଚଉରା ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କ ବଡଭାଇ ଡଃ.ରମେଶ ଚନ୍ଦ୍ର ମିଶ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ ଭାଇ ଡଃ ରମେଶ ମିଶ୍ର, ଅନୁଗୋଳର ବରିଷ୍ଠ ଓକିଲ ସୁରେଶ କୁମାର ମିଶ୍ର,ପୁତୁରା ଡଃ ରାଜେଶ ମିଶ୍ର ଓ ଭୁବନେଶ୍ୱରୀ ନନ୍ଦନ ମିଶ୍ର ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।କଟକ ସି.ଡି.ଏ ୧୦ ସ୍ଥିତ ବିଚାର ବିଭାଗୀୟ ଅବସରପ୍ରାପ୍ତ ବିଭିନ୍ନ ଅଧିକାରୀ,ଓଡିଶା ଉଚ୍ଚ ନ୍ୟାୟାଳୟର ଅବସର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ରଘୁନାଥ ବିଶ୍ୱାଳ ସ୍ୱର୍ଗତ ମିଶ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । 
ସ୍ୱର୍ଗତ ମିଶ୍ର ଅନୁଗୋଳ ଜିଲ୍ଲା ପୁରୁଣାଗଡର ସ୍ୱର୍ଗତ ସତ୍ୟବାଦୀ ମିଶ୍ର ଓ ସ୍ୱର୍ଗତ ନେତ୍ରମଣୀ ମିଶ୍ରଙ୍କ ୫ମପୁତ୍ର ଥିଲେ । ୧୯୮୫ ମସିହାରେ ଓଡିଶା ଜୁଡିସିଅାଲ ସର୍ଭିସରେ ପ୍ରବେଶ କରି କଳାହାଣ୍ଡି ଜିଲ୍ଲାର ଜି୍ଲାଜଜ୍ ଭାବେ ଅବସ୍ଥାପିତ ହେଲେ । ଶେଷରେ ୨୦୧୬ ମସିହା ଏପ୍ରିଲ ମସିହାରେ ବାଲେଶ୍ୱର ଜିଲ୍ଲାର ଫାମିଲ ଜଜ୍ ହିସାବରେ ଅବସର ଗ୍ରହଣ କଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।