ତାବଡାରେ ରକ୍ତଦାନ ଶିବିର : ୬୨ ୟୁନିଟ ରକ୍ତ ସଂଗ୍ରହ

ଅନୁଗୋଳ(IYA NEWS:20/06/2020):
ଅନୁଗୋଳ ବ୍ଲକ ଅନ୍ତୁଳିଅା ପଞ୍ଚାୟତ ତାବଡା ଗ୍ରାମର ଯୁବଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଅାନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୬୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ସମ୍ମାନୀତ ଅତିଥି ଭାବେ ଅନ୍ତୁଳିଅା ସମିତିସଭ୍ୟ ସଂଜୀବ କିଶୋର ସ୍ୱାଇଁ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଯୁବ ନେତା ରମେଶ ଚନ୍ଦ୍ର ସାହୁ,ଲିପୁନ ପ୍ରଧାନ,ଭାଗିରଥୀ ପ୍ରଧାନ,ଜନାର୍ଦ୍ଦନ ସାହୁ,ଅଙ୍ଗନାୱାଡି କର୍ମୀ ଶସ୍ମିତା ସାହୁ,ଅାଶାକର୍ମୀ କାଞ୍ଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ଅନୁଗୋଳ ରକ୍ତଭଣ୍ଡାର ପକ୍ଷରୁ ଡା.କ୍ଷୀରୋଦ ସାହୁ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କର୍ମଚାରୀଙ୍କ ଦ୍ୱାରା ରକ୍ତସଂଗୃହୀତ ହୋଇଥିଲା ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।