କରୋନା ସଂକ୍ରମଣର ସତର୍କତାକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା । ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ କରୋନା କୋଭିଡ ହୋମ୍ ।

ଅନୁଗୋଳ(IYA NEWS:30/06/2020):
ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥୁବାରୁ ଏହାର ନିୟନ୍ତ୍ରଣ ନିମନ୍ତେ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ କେତୋଟି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀମାନେ ମାସ୍କ ପିନ୍ଧିବା ସହ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରିବେ । କାର୍ଯ୍ୟାଳୟ ଗୁଡିକରେ କୋଭିଡ ନିୟମାବଳୀ ସମ୍ପର୍କରେ ସମସ୍ତ କର୍ମଚାରୀମାନଙ୍କୁ ଅବଗତ କରାଯିବ ।ଜିଲ୍ଲା କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟକୁ ଆସୁଥୁବାଲୋକମାନଙ୍କୁ ଅତି ଜରୁରୀ କାର୍ଯ୍ୟ ନଥିଲେ କାର୍ଯ୍ୟାଳୟକୁ ନ ଆସିବାକୁ ବାହାରେ ଏକ Help Desk ମାଧ୍ୟମରେ ଅବଗତ କରାଯିବ । କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତରେ ଅତି କମ୍‌ରେ ୨ରୁ ୩ଟି କରୋନା କୋଭିଡ ହୋମ ପ୍ରତିଷ୍ଠା କରାଯିବ ।ସର୍ଦ୍ଦି,କାଶ ଓ ଥଣ୍ଡାରେ ପୀଡିତ ବ୍ୟକ୍ତିମାନଙ୍କୁ ଏଠାରେ ରଖାଯାଇ ସ୍ବାବ୍ ସଂଗ୍ରହ କରାଯିବ । ଘରୋଇ ହସ୍ପିଟାଲ ଗୁଡିକରେ କରୋନା କର୍ଣ୍ଣର କାର୍ଯ୍ୟକାରିତା ଓ କୋଭିଡ ପ୍ରୋଟୋକଲ ପାଳନ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଉପଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିୟମିତ ଏହି ଘରୋଇ ହସପିଟାଲ ଗୁଡିକୁ ପରିଦର୍ଶନରେ ଯାଇ ଯାଞ୍ଚ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କରୋନା ଯୋଦ୍ଧାମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବା ଯାଦ୍ୱାରା ସେମାନେ ନିରାପଦରେ ସେମାନଙ୍କର ଦାୟିତ୍ବ ନିର୍ବାହ କରିପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସମସ୍ତ ବିଭାଗ କରୋନା କୋଭିଡ-୧୯ ରେ ସାମିଲ ହୋଇ ନିଜ ଦାୟିତ୍ବ ନିର୍ବାହ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି । ବିନା ଅନୁମତିରେ କୌଣସି ସରକାରୀ କର୍ମଚାରୀ ହେଡକ୍ୱାର୍ଟର ଛାଡି ପାରିବେ ନାହିଁ । ଏହାଛଡା କୌଣସି କର୍ମଚାରୀ ଭୁବନେଶ୍ବର ଯାଇ ପାରିବେ ନାହିଁ ବୋଲି ଜିଲ୍ଲାପାଳ ଚେତାବନି ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୁଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।