ପରକ୍ରିୟା ପ୍ରୀତି ଘଟଣା : ଜାତୀୟ ମାନବାଧିକାର ଅାୟୋଗରେ ପହଞ୍ଚିଲା ମାମଲା, ୨୦ ଲକ୍ଷ କ୍ଷତିପୂରଣ ଦାବି ।

ଅାଠମଲ୍ଲିକ(IYA NEWS:17/06/2020):
ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଗାଁରେ ବିବାହିତ ମହିଳାଙ୍କୁ ଜଣେ ଯୁବକଙ୍କ ସହ ଜବରଦସ୍ତ ବିବାହ କରାଇବା ଘଟଣା ଏବେ ଜାତୀୟ ମାନବାଧିକାର ଅାୟୋଗରେ ପହଞ୍ଚିଛି । ଜାତୀୟ ମାନଧିକାର ଅାୟୋଗ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ନେସନାଲ ହ୍ୟୁମାନ ରାଇଟ ନାମକ କାଉନସିଲ ନାମକ ଏକ ଅନୁଷ୍ଠାନ ଏନେଇ ଜାତୀୟ ମାନବାଧିକାରଙ୍କ ଦ୍ୱାରସ୍ଥ ହୋଇଥିଲେ ।  କରାଯାଇଥିବା ଅାବେଦନରେ ଜଣେ ବିବାହିତ ମହିଳାଙ୍କୁ ଜଣେ ଅବିବାହିତ ପୁରୁଷଙ୍କ ସହିତ ଯୋରଜବରଦସ୍ତ ବିବାହ କରାଇ ମାନବ ଅଧିକାରର ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି ଦର୍ଶାଯାଇଛି । ପିଡୀତାଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବାକୁ ଅନୁରୋଧ କରାଯାଇଥିଲା । ଜାତୀୟ ମାନବାଧିକାର ଅାୟୋଗ ଏ ସଂକ୍ରାନ୍ତରେ କେସ ନମ୍ବର ୧୫୭୧/୧୮/୧୬/୨୦୨୦ ଡବ୍ଲ୍ୟୁସିରେ ଏକ ମାମଲା ରୁଜୁ କରାଯାଇଛି ।
ସୂଚନାଯୋଗ୍ୟଯେ ପୀଡିତା ମହିଳା ଠାକୁରଗଡ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଶାଶୁ,ଶଶ୍ୱୁର,ସ୍ୱାମୀ ଓ ବଡବାପା ଶଶ୍ୱୁର ଓ ଗାଁର ଅନ୍ୟଲୋକମାନଙ୍କ ସହାୟତାରେ ତାଙ୍କ ପିୟୁସୀ ପୁଅ ଭାଇଙ୍କ ସହିତ ବିବାହ କରିଦେଇଛନ୍ତି ।ଏନେଇ ଥାନାରେ ଘରର ଜଣଙ୍କ ସମେତ ଗାଁର ୪୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଗିରଫ ଭୟରେ ଗାଁରେ ପୁରୁଷ ଶୂନ୍ୟ ହୋଇପଡିଛି । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।