ଭୀଷଣ ବର୍ଷାରେ ଭାଙ୍ଗିଲା ଘର । ପରିବାର ଏବେ ବେସାହାରା ।

ଅନୁଗୋଳ(IYA NEWS:01/07/2020):
ଭୀଷଣ ବର୍ଷାରେ ଭାଙ୍ଗିଲା ଘର । ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଗତକାଲି ଭୀଷଣ ବର୍ଷା ହେବା ଫଳରେ ଗ୍ରାମର ୩ଜଣଙ୍କର ଘର ଭାଙ୍ଗିଛି । ଏହି ପରିବାର ଲୋକେ ଏଵେ ବାସହରା ହୋଇପଡିଛନ୍ତି ।
ସୂଚନାମୁତାବକ ଜଗନ୍ନାଥପୁର ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପର କାନ୍ଥ ବର୍ଷାରେ ଭାଙ୍ଗି ପଡିଥିଲା । କାନ୍ଥଟି ଗ୍ରାମର କାଳିଅା ଗୋଚ୍ଛାୟତ,ରବି ଗୋଚ୍ଛାୟତ,ଦଣ୍ଡିଅା ଗୋଚ୍ଛାୟତଙ୍କ ମାଟି ଘର ଉପରେ  ପଡିଯିବାରୁ ଘରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି ।ସେହି କାନ୍ଥ ଭୁଷୁଡିବ  ଫଳରେ ଗ୍ରାମର ଏହି ତିନି ପରିବାର ବେସାହାରା ହୋଇପଡିଛନ୍ତି । ଏଥିପାଇଁ ଅାଜି ସେମାନଙ୍କ ପରିବାର କରତପଟା - ଟିକରପଡା ରାସ୍ତା କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।