ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ।

ଅନୁଗୋଳ/ବନ୍ତଳା(IYA NEWS:23/06/2020):
ଅଳ୍ପକେ ବର୍ତ୍ତିଲେ ବିଧାୟକ । ଅନୁଗୋଳ ଜିଲ୍ଲାର ବନ୍ତଳା ନିକଟରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଇନୋଭା ସହ ଅନ୍ୟ ଏକ ବାଲେନୋ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଟିଯାକ କାରକୁ ବଡ଼ କ୍ଷତି ପହଞ୍ଚିଛି। ମାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ସମତେ ପିଏସ୍‌ଓ ରମାକାନ୍ତ ମାଝୀ,ଚାଳକ ଭିକାରୀ ନାୟକ ଓ ବାଲେନୋ କାରର ଅନ୍ୟ ଦୁଇ ବ୍ୟକ୍ତି।
ସୂଚନାମୁତାବକ ବିଧାୟକ ସାଏ ନିଜର ଇନୋଭା (ଓଡ଼ି ୦୨ବିଡି-୪୩୨୧)ରେ ଭୁବନେଶ୍ୱରରୁ ଆଠମଲ୍ଲିକ ଫେରିବା ବାଟରେ ବନ୍ତଳା ପେଟ୍ରୋଲ ପମ୍ପ ନିକଟରେ ଅପରାହ୍ନ ପ୍ରାୟ ୩ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେନୋରେ ଧୀରେଶ କୁମାର ପ୍ରଧାନ ଓ ସୁମନ୍ତ ବାଗ ନାମରେ ଦୁଇ ଜଣ ଯୁବକ ବସିଥିଲେ। ଏମାନେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଅଂଚଳର ବୋଲି ଜଣାପଡ଼ିଛି ।ଆଠମଲ୍ଲିକ ବିଧାୟକଙ୍କ କାର ଦୁର୍ଘଟଣା ହେବା ଖବର ମିଳିବା ପରେ ବନ୍ତଳା ଥାନା ଆଇଆଇସି ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାଗ୍ରସ୍ତ ୨ଟି କାରକୁ ସେ ଜବତ କରି ତଦନ୍ତ କରିଛନ୍ତି। ତେବେ ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ଏଥିରେ ଥିବା ବାଲେନୋ ଚାଳକ ନିୟନ୍ତ୍ରଣ କରି ନପାରିବାର ଦୁର୍ଘଟଣା ଘଟିଥାଏ ପାରେ ଅନୁମାନ କରାଯାଉଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।