ମାଖନା ହାତୀ ମୃତ୍ୟୁ ।

ଛେଣ୍ଡିପଦା(IYA NEWS:20/06/2020):
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ଗୁଡିମରାଠାରେ ଶନିବାର ଏକ ମାଖନା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀଟି ପ୍ରାୟ ୪-୫ ଦିନ ତଳେ ମରିପଡ଼ିିଥିବା ଜଣାପଡ଼ିଛି। ମୃତ ହାତୀଟି ମଖନା ହାତୀ ବୋଲି କୁହାଯାଉଛି। ତେବେ ଉକ୍ତ ହାତୀଟିର କିପରି ମୃତ୍ୟୁ ହେଲା ସେନଇ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ସୂଚନାଯୋଗ୍ୟ, ଜୁନ ୧୭ ବିଳମ୍ବିତ ରାତିରେ ମୃତ ହାତୀ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ନିକଟବର୍ତ୍ତୀ ଭାଗଲାକଟା ଗ୍ରାମର ନୀଳକଣ୍ଠ ନାଏକଙ୍କ ଘରକୁ ଭାଙ୍ଗିଦେଇଥିଲା। ଏହାପରେ ହାତୀର କୌଣସି ସନ୍ଧାନ ପାଇ ନ ଥିଲା ବନବିଭାଗ। ହାତୀ ସ୍କ୍ବାଡମାନେ ହାତୀର ପାଦ ଚିହ୍ନ ଦେଖି ବହୁ ଖୋଜା ଖୋଜି କରିବା ପରେ ଶନିବାର ହାତୀର ମୃତଦେହ ଗୁଡିମରା ଜଙ୍ଗଲରେ ଠାବ କରାଯାଇଛି। ଏହାପରେ ସେମାନେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ବନବିଭାଗର ଫରେଷ୍ଟର, ଡିଏଫ୍‌ଓ ଏବଂ ଏସିଏଫ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।