୩୬ ଜଣ ଭୂତ ଉଠାଉଛନ୍ତି ଭତ୍ତା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର।

ଅନୁଗୋଳ (IYA NEWS : ୨୭/୦୬/୨୦୨୦)
ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡପ ନେଇ ସାଂପ୍ରତିକ କରୋନା କୋଭିଡ଼ - ୧୯ ଭୂତାଣୁ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ଏହା ଆମ ଦେଶରେ ମଧ୍ୟ ସମଦଶା ସାଜିଛି ଓ ଏହାର ପ୍ରଭାବକୁ କବଳିତ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ସେଥିପାଇଁ ସମଗ୍ର ଦେଶର ଲକ୍ ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ଫଳରେ ଦେଶରେ ଜନତା ପ୍ରଭାବିତ ହେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜର ଅସହାୟ ଜନତାକୁ ସୁରକ୍ଷା ଦେବା ସହ ଆର୍ଥିକ ଓ ଶୁଖିଲା ଖାଦ୍ୟ ଯୋଗାଣ କରୁଛନ୍ତି। କିନ୍ତୁ ଏହାର ଫାଇଦା ଉଠାଇଛନ୍ତି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି। ସଦ୍ୟ ତଥ୍ୟ ନେବାରେ ଜଣାପଡ଼ିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ସାନ୍ତରାପୁର 'ଖ' ପଞ୍ଚାୟତ ପ୍ରତିନିଧି ରାଜ୍ୟ ସରକାର ଦ୍ୱାରା ଗରିବ ଖଟିଖିଆ ମଜୁରିଆଙ୍କ ପାଇଁ ଉଦ୍ଧିଷ୍ଟ ଆର୍ଥିକ ସହାୟତାର ଆତ୍ମସାତ କରିବାକୁ ପଛାଇ ନାହାନ୍ତି। ଆଜିକୁ ୧ ବର୍ଷ ୬ ମାସରୁ ଉର୍ଦ୍ଧ ହେବ ପ୍ରାୟ ୩୬ ଜଣ ମୃତକଙ୍କ ନାମରେ ଟଙ୍କା ଆତ୍ମସାତ କରିଚାଲିଛନ୍ତି। ଖାଉଟି ଖାଦ୍ୟ ଯୋଗାଣର ଅଧିନିୟମ ଅନୁଯାୟୀ ରାସନକାର୍ଡ ଉପଭୋକ୍ତାଙ୍କୁ କୋଭିଡ଼ - ୧୯ ପାଇଁ ଉଦ୍ଧିଷ୍ଟ ଆର୍ଥିକ ସହାୟତାକୁ ବେଖାତିର୍ କରି ସଂପୃକ୍ତ ପଞ୍ଚାୟତ ପ୍ରତିନିଧି ମୃତ ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ଚାଲିଛନ୍ତି। ଯାହାକି ସାନ୍ତରାପୁର 'ଖ' ପଞ୍ଚାୟତବାସୀ ଏହାର ତୀବ୍ର ନିନ୍ଦା କରିବାସହ ଏକ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚର ହସ୍ତକ୍ଷେପ ପାଇଁ ଦାବୀ କରିବା ସହ ଅତି ଶୀଘ୍ର କାର୍ଯ୍ୟନୁଷ୍ଠାନ ପାଇଁ ଦାବି ମଧ୍ୟ କରାଯାଇଛି। ଯଦି ସରକାର କୌଣସି ପଦକ୍ଷେପ ନେବାରେ ଅସମର୍ଥ ହୁଅନ୍ତି, ତାହାହେଲେ ଆଗାମୀ ଦିନରେ ସାନ୍ତରାପୁର ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ, ସେଥିପାଇଁ ସରକାର ସମ୍ପୂଣ୍ଣ ରୂପେ ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ କରିବା ସମୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପଚନ୍ଦ୍ର ପ୍ରଧାନ, ମଙ୍ଗରାଜ ଦାସ, ମୁରଲୀ ପଲେଇ, ଶଙ୍କର ସାହୁ, ତଅଁଳୁ ମହାଳିକ, ସନାତନ ମହାରଣା, ସାରଥୀ ସାହୁ, ମୁନା ମହାଳିକ ପ୍ରମୂଖ ଉପସ୍ଥିତ ଥିଲେ।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।