ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଗାଁ ବିଦ୍ୟାଳୟ ଅବହେଳିତ ଅବସ୍ଥାରେ।

ଅନୁଗୋଳ (IYA NEWS : ୧୮/୦୬/୨୦୨୦)
ବଅଁରପାଳ ବ୍ଲକ ସାନ୍ତରାପୁର ' ଖ ' ପଂଚାୟତ କଲଣ୍ଡାପାଳ ଗ୍ରାମରେ ପଦ୍ମଶ୍ରୀ ରାଧାମୋହନ ଗଡନାୟକ ଜନ୍ମ ଗ୍ରହଣ କରିଥିଲେ। କବିଙ୍କ ସଂଘର୍ଷ ରେ ବିଦ୍ୟାଳୟଟି ଅବସ୍ଥାପିତ ହୋଇଥିଲା, କିନ୍ତୁ ଆଜିର ଦିନରେ ସେ ବିଦ୍ୟାଳୟକୁ ପଚାରେ କିଏ। ବିଦ୍ୟାଳୟ ର ଅବସ୍ଥା ଦେଖିଲେ କେହି ବି ବିଶ୍ୱାସ କରିପାରିବେନି , ଏହି ବିଦ୍ୟାଳୟ ଟି ହେଉଛି କବି ଙ୍କ ଜନ୍ମ ଭୂମି ଗାଁ କଲଣ୍ଡାପାଳର। ଏଠି ପ୍ରଶ୍ନ ଉଠେ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ର ଭୂମିକା କଣ ? ଯେଉଁ କବି ଦିନେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ସାରା ଓଡ଼ିଶାରେ ଚହଳ ପକାଇଥିଲେ, ସେଇ କବିଙ୍କ ଗ୍ରାମ୍ୟ ବିଦ୍ୟାଳୟ ଏତେ ଅବହେଳିତ କାହିଁକି। ଏହି ଫଟୋଚିତ୍ର ରୁ ସ୍ପଷ୍ଟ ବାରି ହୋଇପଡୁଛି ବିକାଶ ର ବାସ୍ତବ ଦୃଶ୍ୟ । ଦେଖିବାକୁ ବାକି ରହିଲା କେବେ ଏହାର ସମାଧାନ ହେଉଛି ଓ ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ କେତେ ସୁରକ୍ଷିତ ରହୁଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହୋଇଛି।
REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।