ଆଜି ଅନୁଗୋଳରୁ ଜଣେ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୬୦ ରେ ପହଞ୍ଚିଲା ।

ଅନୁଗୋଳ(IYA NEWS:25/06/2020):
ଅନୁଗୋଳ ଜିଲ୍ଲା ଅନ୍ତର୍ଗତ କିଶୋରନଗର ବ୍ଳକ୍ ଅଂଚଳର ଏକ ହୋମ କ୍ୱାରେଣ୍ଟାଇନରେ ଥିବା ଜନୈକ ୩୧ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଆଜି କରୋନା ପଜିଟିଭ ବାହାରିଛି । ଏହି ବ୍ୟକ୍ତି ଚଳିତ ମାସ ୧୮ତାରିଖରୁ ଚେନାଇରୁ ଆସି ହୋମ କ୍ୱାରେଣ୍ଟାଇନ ରେ ଥିଲେ । ତାଙ୍କର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତାକୁ
ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି
ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ଜଣେ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୬୦ରେ ପହଞ୍ଚିଛି । ଆଜି ମଧ୍ୟ ୩ ଜଣ ସୁସ୍ଥ ହୋଇ କୋଭିଡ ହସ୍ପିଟାଲରୁ କୋଭିଡ କେୟାର ସେଣ୍ଟର ଆଦର୍ଶ ଆଇଟି ଆଇକୁ ସ୍ଥାନାନ୍ତର ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୭ ଜଣ ସୁସ୍ଥ ହେଲେଣି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।