ଜିଲ୍ଲାରେ ପ୍ରଥମ : କରୋନା ଅାକ୍ରାନ୍ତ ମୃତ୍ୟୁ ।

ଅନୁଗୋଳ(IYA NEWS:30/06/2020):
ଶିଳ୍ପ ସଂସ୍ଥା ନାଲକୋର ୫୭ ବର୍ଷ ବୟସ୍କ ଜଣେ ବରିଷ୍ଠ ଅଧିକାରୀ ବୁର୍ଲା ସ୍ଥିତ ଭିମସାର ମେଡିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନମୁନା ପରୀକ୍ଷଣରେ ଗତକାଲି ସେ ପଜିଟିଭ ଥିବାର ଜଣାପଡିଥିଲା। ଆଜି ତାଙ୍କୁ ବୁର୍ଲା ମେଡିକାଲ କଲେଜ ରୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପରେ ସେଠାରେ ତାଙ୍କୁ ମୃତ ଭାବରେ ଗ୍ରହଣ କରାଯାଇଥିଲା। ଆଜି ଆପରାହ୍ନ ରେ ତାଙ୍କର ମୃତ ଶରୀର କୁ ଭୁବନେଶ୍ୱରର ସତ୍ୟ ନଗର ସ୍ଥିତ ସ୍ମଶାନ କୁ ଦାହ ନିମନ୍ତେ ପଠାଯାଇଅଛି। ତାଙ୍କର ୫୨ ବୟସ୍କା ଧର୍ମପତ୍ନୀ ମଧ୍ୟ କରୋନା ପଜିଟିଭ ଥିବାରୁ ତାଙ୍କୁ କଟକ ର ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି।
ଇତି ମଧ୍ୟରେ ନାଲକୋ ଠାରେ ଏକ ମେଡିକାଲ ଟିମ ପହଞ୍ଚି ତାଙ୍କର ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେସିଂ କରି ୧୫ ଜଣ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନ ରେ ରଖାଯାଇଛି। ନାଲକୋ ହସ୍ପିଟାଲର ଓପିଡ଼ିକୁ ଗୋଟିଏ ଦିନ ପାଈଁ ବନ୍ଦ କରାଯାଇ ବିଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି।ସେ ବସୁଥିବା ନାଲକୋ ର ବୈଷୟିକ କାର୍ଯ୍ୟାଳୟ କୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇ ବିଶୋଧନ କରାଯାଉଛି।ଏହା ଛଡ଼ା ସେ ରହୁଥିବା କ୍ୱାଟର କୁ ସିଲ ବନ୍ଦ ରଖାଯାଇଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ବିଶୋଧନ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।