ଶୁଭାରମ୍ଭ ହେଲା ଅନୁଗୋଳ ବନସାଥୀ ଅାପ୍ । ହଟିବ ଏବେ ମନୁଷ୍ୟ ବନ୍ୟପ୍ରାଣୀ ବିବାଦ ।

ଅନୁଗୋଳ(IYA NEWS:28/06/2020):
ଅନୁଗୋଳ ବନବିଭାଗ ପକ୍ଷରୁ ଅନୁଗୋଳ ବନସାଥୀ ଅାପ୍ ର ଶୁଭାରମ୍ଭ କରାଯାଇଛି । ଏହି ଅାପ୍ ଅନୁଗୋଳ ଜିଲ୍ଲାର ଅନୁଗୋଳ,ବଅଁରପାଳ,ତାଳଚେର,କଣିହାଁ,ଛେଣ୍ଡିପଦା ବ୍ଲକରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । 
ବନ୍ୟପ୍ରାଣୀ ସହ ମନୁଷ୍ୟର ସଂଘର୍ଷ ଯୋଗୁଁ ଜନଜୀବନ ବହୁ କ୍ଷତି ହେବାରେ ଲାଗିଛି । ବନ୍ୟପ୍ରାଣୀଙ୍କ ଗତିବିଧି ସଂପର୍କରେ ଅାଗୁଅା ସୂଚନା ପ୍ରଦାନ ଦ୍ୱାରା ବନ୍ୟପ୍ରାଣୀ ଓ ମନୁଷ୍ୟଙ୍କ ମୃତ ଓ ଅାହାତ ଘଟଣା ହ୍ରାସ ପାଇବ,ଏଥିପାଇଁ ଏହି ଅାପ୍ କରାଯାଇଛି ।
ବନ୍ୟପ୍ରାଣୀଙ୍କ ଗତିବିଧି ସଂପର୍କରେ ସୂଚନା ସଂଗ୍ରହ କରାଯାଇ ଏସଏମଏସ,ଭଏସ କଲ,ମାଧ୍ୟମରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଲୋକମାନେ ନିୟନ୍ତ୍ରଣ କକ୍ଷରେ ଟୋଲଫ୍ରି ନଂ ୧୮୦୦୩୧୫୫୫୫୫ରେ ଏହି ଅାପରେ ନିଜର ମୋବାଇଲ ନମ୍ବର ସାମିଲ କରିବା ପାଇଁ ଯୋଗାଯୋଗ କରିପାରିବେ ।ଏହାସହ ଲୋକମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଅାପ ଡାଉନଲୋଡ ସହ ପଞ୍ଜିକରଣ କରିପାରିବେ । ଏହି ଅାପ ବନ୍ୟପ୍ରାଣୀଙ୍କ ଗତିବିଧି,ଅନ୍ୟାନ୍ୟ ଅଭିଯୋଗ,ଚାରା ଅାବଶ୍ୟକତା ସଂପର୍କରେ ସେବା ଯୋଗାଇବ । ଏହା ମାଧ୍ୟମରେ ଲୋକମାନେ ସମସ୍ୟା ସୃଷ୍ଟିକାରୀ ଜନ୍ତୁ ଓ ଉଦ୍ଧାର ହେବାକୁ ଥିବା ବନ୍ୟପ୍ରାଣୀ ସଂପର୍କରେ ସୂଚନା ଦେଇପାରିବେ । ବନବିଭାଗ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସିଧାସଳଖ ଡି.ଏଫ.ଓ କାର୍ଯ୍ୟାଳୟକୁ ପଠାଯାଇପାରିବ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।