ଅନୁଗୋଳ ୱାରିୟର୍ସ କ୍ଲବ ଆନୁକୂଲ୍ୟରେ ବୀର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୋଳ (IYA NEWS : ୧୮/୦୬/୨୦୨୦)
ଭାରତ-ଚୀନ ସୀମା ବିବାଦରେ ମଙ୍ଗଳବାର ଗଲୱାନ ଘାଟିରେ ଶହୀଦ ହୋଇଥିବା ଭାରତୀୟ ଯବାନମାନଙ୍କୁ ଆଜି ୱାରିୟର୍ସ କ୍ଲବ ତରଫରୁ ସାମୁହିକ କ୍ୟା‌ଣ୍ଡଲ୍‌ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭାରତ ପ୍ରତି ଚୀନର ଆଭିମୁଖ୍ୟ ସଦା ସର୍ବଦା ଶତ୍ରୁତା ଆଚରଣ ରହୁଥିବା ବେଳେ ସୀମାରେ ଉତ୍ତେଜନା ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପରିସ୍ଥିତିକୁ ଜଟିଳ କରୁଅଛି। କୌଣସି କାରଣ ନଥାଇ ଚୀନ ସୈନିକ ମାନେ ବୀର ଯବାନମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ତାର ପ୍ରତିତ୍ତୋରରେ ଭାରତୀୟ ଯବାନ ମାନେ ମଧ୍ୟ ଚୀନ ସୈନିକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଭାରତୀୟ ଶହୀଦ ଯବାନଙ୍କ ପ୍ରତି ଅନୁଗୋଳ ୱାରିୟର୍ସ କ୍ଲବ ତରଫରୁ କ୍ଲବ୍‌ ସମ୍ମୁଖରେ ସାମୁହିକ କ୍ୟାଣ୍ଡେଲ ଜଳାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଭକ୍ତିପ୍ରସାଦ ଦାସ ଓ କ୍ଲବର ସଭାପତି  ଗୁନିଲ କୁମାର ନାଏକ, ସମ୍ପାଦକ ଶାନ୍ତନୁ ମିଶ୍ର, ସୁଶୀଲ କୁମାର ନାଏକ, ସୂର୍ଯ୍ୟକାନ୍ତ ଭୁତିଆ, ସୁନୀଲ କୁମାର ନାଏକ, ମିଲନ ସିଂହ, ବିକାଶ ନାଏକ, ବାପୁନ କର୍ମକାର, ଟୁକୁନା ବେହେରା, ସାଗର ପ୍ରଧାନ, ଆନନ୍ଦ ପ୍ରିୟଦର୍ଶନ, ମନୋଜ ନାଏକ, ଜ୍ୟୋତି ପ୍ରକାଶ ନାଏକ, ହାପି ସାହୁ, ଯୋଗେଶ ସାହୁ, ବଳରାମ ବରାଳ, ଲିଟୁନ ପଟ୍ଟନାୟକ, ମଣ୍ଟୁ ପ୍ରଧାନ, ଦିଲ୍ଲୀପ ବେହେରା, ଆଲୋକ ପ୍ରଧାନ, ସୁଶୀଲ କର୍ଣ୍ଣ, ଆଦିତ୍ୟ ମିଶ୍ର, ସୁପ୍ରକାଶ ମହାପାତ୍ର, ସତ୍ୟବ୍ରତ ପ୍ରଧାନ, ଜ୍ୟୋତି ରଞ୍ଜନ ନାଏକ, ତାପସ ରଞ୍ଜନ ନାଏକ, ରାକା ପ୍ରମୂଖ ଉପସ୍ଥିତ ଥିଲେ।

REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।