ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଅନୁଗୋଳ ( IYA NEWS : ୧୯/୦୬/୨୦୨୦) 
ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ବାରଗୌଣିଆ ଗ୍ରାମରେ ହାତୀ ଆକ୍ରମଣରେ ଆଜି (ଶୁକ୍ରବାର) ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାରଗୌଣିଆ ଗ୍ରାମର ସୁଦାମ ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ସୁଦାମ ଆଜି ସକାଳେ ଗାଁ ପାଖ ଜଙ୍ଗଲକୁ ଛେଳି ପାଇଁ ଡାଳ ସଂଗ୍ରହ କରିବାକୁ ଯାଇଥିଲେ । ସେଠାରେ ସେ ଏକ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ ଓ ଦନ୍ତା ଆକ୍ରମଣରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ବନାଞ୍ଚଳ ଡେ଼ପୁଟି ରେଞ୍ଜର ଜୟନ୍ତ ସାହୁ, ଫରେଷ୍ଟ ଗାର୍ଡ ବଶିଷ୍ଟ ଦେହୁରୀ ସଦଳବଳେ ପହଂଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଦନ୍ତା କଚାଡି ମାରିବା ପରେ ସେହି ରାସ୍ତା ଦେଇ ଲୁନାରେ ଯାଉଥିବା ଜଣେ ମୁଢି ବ୍ୟବସାୟୀଙ୍କୁ ମଧ୍ୟ ହାତୀ ଗୋଡ଼ାଇ ଥିଲା । ତେବେ ମୁଢି ବ୍ୟବସାୟୀ ଶ୍ରୀନିବାସ ମହାଳିକ ହାତୀ ଆକ୍ରମଣରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ ।  ସୂଚନାଥାଉକି ଯେ ଗତକାଲି ନନ୍ଦପୁର ପଞ୍ଚାୟତ ମାଧପୁର ଗାଁ ବାଘୁଆପାଟ ଜଙ୍ଗଲ ନିକଟରେ  ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
REPORT BY : KAMADEV DEHURY (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।