ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ.ସି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଅନୁଗୋଳ (IYA NEWS : ୨୬/୦୬/୨୦୨୦)
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ି.ଏମ.ଏଫ. ପାଣ୍ଠିରୁ କିଣା ହୋଇଥିବା ୩୮ଏସିରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ଗତ କିଛି ଦିନ ତଳେ ମେଡ଼ିକାଲରେ ଲାଗିଥିବା ଏସି ଗୁଡିକ ଯେଉଁ ଜାଗାରେ ଲାଗିଛି ଉକ୍ତ ସ୍ଥାନରେ ଲାଗିବା ପାଇଁ ଜିଇଡି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ନ ଆଣି ରାତି ଅଧରେ ତରବରିଆ ଭାବରେ ଏସି ଗୁଡିକ ଲଗାଯାଇଥିଲା ଯାହା ଫଳରେ ଉକ୍ତ ଏସି ଗୁଡିକ ରୋଗୀଙ୍କ କାମରେ ଆସୁନାହିଁ। ଏହି ଏସି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡୁଛି। ତେବେ ଡି.ଏମ.ଏଫ. ଟଙ୍କାକୁ ଆତ୍ମସାତ କରିଥିବା ଏନ୍.ଆର.ଏଚ.ଏମର ଠିକା କିରାଣି ଦୀପକ ତ୍ରିପାଠୀଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏଥିସହିତ ଗତ ବର୍ଷ ମେଡିକାଲରେ ଲକ୍ଷ ଲକ୍ଷ ଟଙ୍କା ଡିଏ.ଏମ.ଏଫ. ଟଙ୍କା ଖର୍ଚ୍ଚ ହୋଇ ଅକ୍ସିଜେନ ପାଇପ ବିଛା ଯାଇଥିଲା। ଏହି ପାଇପ ବିଛା କୁ ବର୍ଷେ ପୁରିଥିଲେ ମଧ୍ୟ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ଦୁର୍ନୀତି ଗୁଡିକର ନିରପେକ୍ଷ ତଦନ୍ତ କରାଯାଇ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଗୋଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଦିନରେ ଡ଼ି.ଏମ.ଏଫ. ଟଙ୍କା ଆତ୍ମସାତ ଘଟଣାରେ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।
REPORT BY : SHASANKA SEKHAR SAMAL (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।