ସାମାନ୍ୟ ବର୍ଷାରେ ମହିଧରପୁର ରାସ୍ତାରେ ଜମୁଛି ପାଣି : ପୂର୍ତ୍ତ ବିଭାଗର କାର୍ଯ୍ୟଦକ୍ଷତା ସନ୍ଦେହ ରେ !

ଅନୁଗୋଳ (IYA NEWS : ୨୪/୦୬/୨୦୨୦)
ବର୍ଷା ଦିନ ଆସିଲେ ମହିଧରପୁର ଛକରେ ସତେ ଯେମିତି ଦୁଃଖ ବଢି ଯାଉଛି। ସାମାନ୍ୟ ବର୍ଷା ପାଣିରେ ରାସ୍ତାରେ ଜମି ଯାଉଛି ପାଣି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯିବା ସହ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି। ଏହି ରାସ୍ତା ଦେଇ ଅନେକ ଲୋକ କଟକ, ଭୁବନେଶ୍ୱର ଗସ୍ତ କରୁଛନ୍ତି ହେଲେ ଏଥିପ୍ରତି ପୂର୍ତ୍ତ ବିଭାଗ ଦୃଷ୍ଟି ନଦେବା ବଡ଼ ଦୁଃଖର ବିଷୟ। ରାସ୍ତାର ଦୃଶ୍ୟକୁ ଦେଖିଲେ ପୂର୍ତ୍ତ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଠିକାଦାର ଓ ପୂର୍ତ୍ତବିଭାଗର ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ରେ ଏହି ରାସ୍ତା ନିର୍ମାଣ କରାଯାଇଥିବା ସନ୍ଦେହ କରାଯାଉଛି। ରାସ୍ତାରେ ପାଣି ଜମୁଥିବାରୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ସବୁ ଜାଣିଶୁଣି ଅଧିକାରୀ ମାନେ ଚୁପ ବସିବା ଓ ରାସ୍ତାର ସମସ୍ୟା କୁ ସମାଧାନ ନକରିବା ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଚର୍ଚ୍ଚା ଜୋର ଧରିଛି। ଏହି ରାସ୍ତା କେଉଁ ଗାଁ ଗହଳିର ନୁହଁ। ଅନୁଗୋଳ ରୁ କଟକ ଭୁବନେଶ୍ୱର ଯାଇଥିବା ମହିଧରପୁର ହାଟଛକର ଦୃଶ୍ୟ। ଅନ୍ୟ ପକ୍ଷରେ ଜାତୀୟ ରାଜପଥ କାମ ଚାଲିଥିବାରୁ ଲୋକମାନେ ସେହି ରାସ୍ତା ରେ ନଯାଇ ଏହି ମହିଧରପୁର ଦେଇ ଭୁବନେଶ୍ୱର ଓ କଟକ କୁ ଯାଉଛନ୍ତି। ଅଧିକାଂଶ ସମୟରେ ମେଡିକାଲ ହେଉ କିମ୍ବା ନିଜ ଘରକୁ ସରକାରୀ ବାବୁ ମାନେ ମଧ୍ୟ ଏହି ରାସ୍ତା ଦେଇ ଯାଉଥିବାର ଦେଖା ଯାଉଛି। ହେଲେ ଏହି ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଦ୍ଧ ନିର୍ମିତ ହୋଇଥିବା ଡ୍ରେନ ଏବେ ପୋତି ହୋଇଯାଇଥିବାରୁ ସାମାନ୍ୟ ବର୍ଷା ହେବା ମାତ୍ରେ ଏହି ରାସ୍ତାରେ ଆଣ୍ଠୁଏ ପାଣି ଜମୁରହୁଛି। ବେଳେବେଳେ ପାଣି ଚାଲୁଥିବା ସମୟରେ କେଉଁଠି ଡ୍ରେନ ଅଛି ଓ ଆଉ କେଉଁଠି ରାସ୍ତା ଅଛି ଲୋକମାନେ ଜାଣି ନପାରି ଡ୍ରେନରେ ପଡି ବହୁ ସମୟରେ ଆହତ ମଧ୍ୟ ହେଉଛନ୍ତି। ଏହି ବର୍ଷା ପାଣି ଅନେକ ଦିନ ଯାଏ ଜମି ରହୁଥିବାରୁ ଲୋକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପୂର୍ତ୍ତ ବିଭାଗର ନୀରବତା ପାଇଁ ଏପରି ହେଉଥିବା ଲୋକେମାନେ ଅଭିଯୋଗ କରିଛନ୍ତି। ରାସ୍ତାକୁ ପରିଷ୍କାର ରଖିବାକୁ ସରକାର ଅର୍ଥ ମଞ୍ଜୁର କରୁଛନ୍ତି। କିନ୍ତୁ ଏହି ଟଙ୍କା ଖର୍ଚ୍ଚ ନକରି ରାସ୍ତା ମରାମତି କରୁନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି ସମସ୍ୟାର ସମାଧାନ କେବେ ହେଉଛି ଓ ଏଥିପ୍ରତି ପ୍ରଶାସନ କିମ୍ବା ପୂର୍ତ୍ତ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।