ଶହୀଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଠାକୁରଗଡ଼ ୟୁଥ ପାୱାର ପକ୍ଷରୁ ଶ୍ରଦ୍ଧାଞ୍ଜଳି,କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ

ଅାଠମଲ୍ଲିକ(IYA NEWS:18/06/2020):
ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ୟୁଥ ପାୱାର ପକ୍ଷରୁ ଲାଦାଖ ସୀମାରେ ଚୀନ ଆକ୍ରମଣରେ ଭାରତର ୨୦ଜଣ ଯବାନ ଶହୀଦ ହୋଇଥିବାରୁ ସେମାନଙ୍କର ଅମର ଆତ୍ମାର ସଦଗତି ପାଇଁ ଠାକୁରଗଡ଼ ହାଇସ୍କୁଲ ଛକ ଠାରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଠାକୁରଗଡ଼ ଲକ୍ଷ୍ମୀ ବଜାର ଠାରେ ଚୀନ ର ରାଷ୍ଟ୍ରପତି କିଙ୍ଗପିନ୍ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ବନ୍ଦେ ମାତାରମ, ଭାରତୀୟ ସେନା ଅମର ରହେ, ଚାଇନା ଜିନିଷ ବର୍ଜନ କରନ୍ତୁ,କିଙ୍ଗପିନ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ ସ୍ଥାନୀୟ ଅଧିବାସୀ, ୟୁଥ ପାୱାର ସଦସ୍ୟ ,ବଣିକ ସଙ୍ଘ,ନିର୍ବାଚିତ ପ୍ରତିନିଧି, ସ୍ଥାନୀୟ ଯୁବକ ଗୋଷ୍ଠୀ, ସମାଜସେବୀ, ପୂର୍ବତନ ସାମରିକ କର୍ମଚାରୀ ଦୁଃଖ ବନ୍ଧୁ ନାୟକ, ଯୁଧିଷ୍ଠିର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏଥିରେ ୟୁଥ ପାୱାର ର ସଭାପତି ସୁନୀଲ ସାହୁ, ସମ୍ପାଦକ ଶୁଭକାନ୍ତ ପ୍ରଧାନ ଓ ତାଙ୍କ ସଦସ୍ୟ ବୃନ୍ଦ,ସରପଞ୍ଚ ପ୍ରତାପ ସାହୁ,ପୂର୍ବତନ ସରପଞ୍ଚ ମନୋଜ ରାଉତ ଆଠମଲ୍ଲିକ ବ୍ଲକ ବିଜୁ ଜନତା ଦଳ ସଭାପତି ବୃନ୍ଦାବନ ସାହୁ,ଠାକୁରଗଡ଼ ବିକାଶ ମଞ୍ଚ ର ଆବାହକ ଶତ୍ରୁଘ୍ନ ସାହୁ ଓ ବଣିକ ସଙ୍ଘ ର ସଭାପତି ହେମନ୍ତ କୁମାର ଖୁଣ୍ଟିଆ ପ୍ରମୁଖ ଏହି ସଂଗ୍ରାମୀ ଯୋଦ୍ଧା ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।