ସରପଞ୍ଚଙ୍କ ଗୁହାଳ ଘର ପ୍ରିତୀ,ପଞ୍ଚାୟତ କାର୍ଯ୍ୟାଳୟ ରୁ ରାତି ଅଧିଆ ବୋହି ନେଲେ ନଳକୂପ ମରାମତି ଲୁହା ପାଇପ ।

ଅାଠମଲ୍ଲିକ(IYA NEWS:21/06/2020):
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତରେ ଅନେକ ନଳକୂପ ଖରାପ ହୋଇ ପଡ଼ିଥିବା ବେଳେ ମରାମତି ହୋଇପାରୁନି।ପଞ୍ଚାୟତର ହାଇସ୍କୁଲ ନିକଟରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ରୁ ଥଣ୍ଡା ପାଣି ତ ଦୂର ର କଥା ଗରମ ପାଣି ବାହାରୁ ନଥିବା ଦେଖିବାକୁ ମିଳିଛି।କିନ୍ତୁ ସରପଞ୍ଚ ମହାଶୟ ପଞ୍ଚାୟତରେ ନଳକୂପ ମରାମତି ପାଇଁ ଗଚ୍ଛିତ ଥିବା ଲୁହା ପାଇପ କୁ ରାତି ଅଧିଆ ନିଜ ଘରକୁ ବୋହି ନେଇ ଗୁହାଳ ଘର କାର୍ଯ୍ୟ ରେ ଲଗେଇବା ନେଇ ଅଭିଯୋଗ ହୋଇଛି।ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତ୍ରୁଘ୍ନ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ମାସେ ତଳେ ଲୁହା ପାଇପ ନିଲାମ ହୋଇଥିଲା।ତେବେ ଶନିବାର ରାତି ଅଧିଆ ସରପଞ୍ଚ ଟ୍ରାକ୍ଟର ରେ ପାଇପ ବୋଝେଇ କରି ନିଜ ଘରକୁ କାହିଁକି ନେଲେ? ଏ ସମ୍ପର୍କ ରେ ସରପଞ୍ଚ ମହେଶ୍ୱର ଦେହୁରୀ କିଛି କହିବାକୁ ମୁହଁ ଖୋଲୁ ନଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱାଳ ବାବୁ ତାଙ୍କ ପାଇଁ ଓକିଲାତି କରୁଛନ୍ତି।ନିଲାମ ରସିଦ କଟାଯାଇଛି କହୁଥିବା ବେଳେ ରସିଦ ଦେଖାଉନାହାନ୍ତି।ଏହାର ବିଧିବଦ୍ଧ ତଦନ୍ତ ସକାଶେ କରୁଣାକର ନାୟକ, ସତ୍ୟନନ୍ଦ ନାୟକ,ପ୍ରଶାନ୍ତ ନାୟକ, ତ୍ରିନାଥ ମାଝୀ ପ୍ରମୁଖ ଦାବି କରିଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।