ଅାଜି ବାହାରିଥିବା କରୋନା ଅାକ୍ରାନ୍ତଙ୍କ ବିବରଣୀ ।

ଅନୁଗୋଳ(IYA NEWS:20/06/2020):
ଅନୁଗୋଳ ଜିଲାରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର । ତେବେ ଜିଲ୍ଲାରୁ ଆଜି ଚିହ୍ନଟ ୫ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି ।ଏମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ୨୭ ବର୍ଷ ବୟସ୍କ ଯୁବକ ଚଳିତ ମାସ ୮ତାରିଖରୁ ହରିୟାନାରୁ ଆସି ସଙ୍ଗରୋଧ କେନ୍ଦ୍ର ଥିଲେ ।ସେହିପରି ଉକ୍ତ ବ୍ଲକ ଅଂଚଳର ଜଣେ ୨୫ ବର୍ଷିୟ ଯୁବକ ଚଳିତ ମାସ ୧୧ ତାରିଖରୁ ଛତିଶଗଡରୁ ଆସି ସରକାରୀ କ୍ବାରେଣ୍ଟାଇନରେ ଥିଲେ ।ପରେ ସେ ଚଳିତ ମାସ ୧୭ ତାରିଖରେ ହୋମ କ୍ବାରେଣ୍ଟାଇନରେ ରହିଥିବା ଅବସ୍ଥାରେ ତାଙ୍କର ନମୁନା ପଜିଟିଭ ବାହାରିଛି ।ପ୍ରଶାସନ ଦ୍ବାରା ସ୍ଥିରିକୃତ ଅନୁଗୋଳ ସହରର ଏକ ହୋଟେଲରେ ପେଡ କ୍ବାରେଣ୍ଟାଇନରେ ଚଳିତ ମାସ ୧୭ ତାରିଖରୁ ଥିବା ଜଣେ ୩୩ ବର୍ଷିୟ ନୂଆ ଦିଲ୍ଲି ଫେରନ୍ତା ଯୁବକଙ୍କର ସ୍ବାବ ନମୁନା ପଜିଟିଭ ବାହାରିଛି ।ଚତୁର୍ଥ ପଜିଟିଭ ଜଣକ ୧୯ ବର୍ଷିୟ ଯୁବକ ଜଣକ ଚେନାଇରୁ ଫେରି ଅନୁଗୋଳ ବ୍ଲକ ଅଂଚଳର ଏକ ସଂଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୨ ତାରିଖରୁ ରହିଥିଲେ ।ଏହି ୪ଜଣଙ୍କ କୈାଣସି ଲକ୍ଷଣ ନଥାଇ ପଜିଟିଭ ବାହାରିଥିବା ବେଳେ ୫ମ ପଜିଟିଭ ଜଣକ ୨୧ ବର୍ଷିୟ ଯୁବକ କିଶୋରନଗର ବ୍ଲକ ଅଂଚଳର ଏକ ସଙ୍ଗରୋଧ କେନ୍ଦ୍ରରେ ଚଳିତ ମାସ ୧୧ତାରିଖ ଠାରୁ ହାଇଦ୍ରାବାଦ ଫେରି ରହିଥିଲେ ।ତାଙ୍କ ର ସ୍ବାବ ପରୀକ୍ଷାରେ ପଜିଟିଭ ବାହାରିଥିବା ଜଣାପଡିଛି ବୋଲି ଆଜି ଏକ ପ୍ରେସ ବିବୃତିରେ ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।