ଗଛ ରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର।
କିଶୋରନଗର(IYA NEWS:୨୮/୦୬/୨୦୨୦)
ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକଚି ମାହେଶ୍ୱରୀ ମନ୍ଦିର ନିକଟରୁ ଏକ ବିବାହିତ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।ତାଙ୍କ ନାମ ଅନିଲ ସାହୁ ବୟସ (୩୫) ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଖାଇସାହି ଗ୍ରାମ ର ବୋଲି ଜଣାଯାଇଛି।ପୋଲିସ ତାଙ୍କ ର ଝୁଲନ୍ତା ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛି।ଏ ସଂକ୍ରାନ୍ତ ରେ ନଂ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ପୋଲିସ କହିଛି ଯେ ଅନୀଲ ୧୦ ବର୍ଷ ପୂର୍ବେ ନାକଚି ଗ୍ରାମରେ ବିବାହ କରିଥିଲେ।ସେ ତାଙ୍କ ଶଶୁର ଘରେ ବହୁ ବର୍ଷ ହେବ ରହୁଥିବା ବେଳେ କୌଣସି କାରଣ କୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
Comments
Post a Comment