ଆଜି ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ୫୯ରେ ପହଞ୍ଚିଲା ।

ଅନୁଗୋଳ(IYA NEWS:24/06/2020):
ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ତାଳଚେର ପୌରାଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୦ ବର୍ଷୀୟ ଏହି ବ୍ୟକ୍ତି ଚଳିତ ମାସ ୧୭ତାରିଖରୁ ପଶ୍ଚିମବଙ୍ଗରୁ ଆସି ସଙ୍ଗରୋଧରେ ଥିଲେ । ସେହିପରି କିଶୋରନଗର ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୭ ବର୍ଷିୟ ଏହି ବ୍ୟକ୍ତି ଚଳିତ ମାସ ୧୭ ତାରିଖରୁ ପୁର୍ଣ୍ଣିଆ (ବିହାର)ରୁ ଆସି ସଂଗରୋଧରେ ଥଲେ । ଉଭୟଙ୍କର କୌଣସି ଲକ୍ଷଣ ନଥାଇ ନମୁନା ପଜିଟିଭ ଜଣାପଡିବା ପରେ ଆଜି ତାଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି ୨ ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି । ଆଜି ମଧ୍ୟ ୪ ଜଣ ସୁସ୍ଥ ହୋଇ କୋଭିଡ ହସପିଟାଲରୁ କୋଭିଡ କେୟାର ସେଣ୍ଟର ଆଦର୍ଶ ଆଇ ଟି ଆଇକୁ ସ୍ଥାନାନ୍ତର ହୋଇଛନ୍ତି ।ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ୪୪ଜଣ ସୁସ୍ଥ ହେଲେଣି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।