କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ଅନୁଗୋଳ(IYA NEWS:23/11/2020): କାହ୍ନା ଅଭୟାରଣ୍ୟ ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କହିଲେ, ଏତେ ଛୋଟ ଏକକ୍ଲୋଜରରେ ରହିପାରିବନି ବାଘୁଣୀ । ତୁରନ୍ତ ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା ସେଂଟରରେ ଛଡାଯାଉ । ଜଙ୍ଗଲୀ ସ୍ୱଭାବ ଫେରେଇ ଆଣିବାକୁ ଚେଷ୍ଟା କରାଯାଉ ଓ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳରେ ଥଇଥାନ କରିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ କତୃପକ୍ଷଙ୍କ ଗାଇଡଲାଇନ ଅନୁସାରେ ସସାତକୋଶିଆ ସ୍ଥିତି ସ୍ୱାଭାବିକ ନହେବା ଯାଏ ବାଘ ସ୍ଥାନାନ୍ତରଣ ହେବନି । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମଧ୍ୟପ୍ରଦେଶ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।